Advertisment

କେଉଁଠି କରିବେ ସିଡ଼ି ?

ଜାଣନ୍ତୁ, ଘରର କେଉଁ ସ୍ଥାନରେ ସିଡ଼ି କରିବେ ନାହିଁ।

Stair

Stair

Advertisment

ଘରେ ସିଡ଼ି କଲା ବେଳେ କେଉଁ ସବୁ ଦିଗକୁ ଧ୍ୟାନ ଦେବା ଉଚିତ୍, ସେ ନେଇ କିଛି ଟିପ୍ସ ଦେଇଛନ୍ତି ବିଶିଷ୍ଟ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା। 

Advertisment

ବାସ୍ତୁ ନିୟମ ଅନୁସାରେ ସିଡ଼ିର ସ୍ଥାନ ୧୬୦ ଡିଗ୍ରୀ ଦକ୍ଷିଣରୁ ୩୧୦ ଡିଗ୍ରୀ ଉତ୍ତର-ପଶ୍ଚିମରେ ହେବା ଉଚିତ। ଅର୍ଥାତ୍ ଦକ୍ଷିଣ-ପଶ୍ଚିମ ନୈରୁତ୍ୟ କୋଣ, ଦକ୍ଷିଣବାହୁ ଅଗ୍ନିକୋଣକୁ ଛାଡ଼ି ପଶ୍ଚିମ, ଉତ୍ତର-ପଶ୍ଚିମ ବାୟୁ କୋଣରେ ହେବା ଉଚିତ।

ସିଡ଼ି ସଦା ସର୍ବଦା ଦକ୍ଷିଣାବର୍ତ୍ତୀ ହେବା ଉଚିତ। ସିଡ଼ି ପାହାଚର ଉଚ୍ଚତା ଚାରି ଇଞ୍ଚ କିମ୍ବା ଚାରି ଇଞ୍ଚ ଅଧେ ହେବା ଦରକାର। ସିଡ଼ି ଅଧିକ ଅଧିକ ଉଚ୍ଚ ହେଲେ ଆଣ୍ଠୁ ସମସ୍ୟା ଆସିଥାଏ। ସିଡ଼ି ଚଢ଼ିଲା ବେଳେ ସାଢେ ଚାରି ଇଞ୍ଚ ଚଢ଼ିଲେ ଶରୀର ଉପରେ କୌଣସି ପ୍ରଭାବ ପଡ଼େନାହିଁ।

Advertisment

ସେହିପରି ସିଡ଼ିର ପାହାଚ ସଂଖ୍ୟା ଯଥାକ୍ରମେ ୧୭, ୧୯, ୨୧ ଓ ୨୩ ହେବା ଉଚିତ । ସିଡ଼ିର ରଙ୍ଗ ହାଲୁକା ହଳଦିଆ ହେବା ଉଚିତ ।

ସିଡ଼ିର ପାହାଚର ରଙ୍ଗ ଲାଲ ହେଲେ ଶୁଭ ଫଳ ପ୍ରାପ୍ତି ହୁଏ। ସିଡ଼ିର ରଙ୍ଗ କଳା ହେଲେ ଅଶୁଭ ହୋଇଥାଏ।

ସିଡ଼ି କେବେ ବି ଐଶାନ୍ୟ, ଉତ୍ତର, ପୂର୍ବ, ଅଗ୍ନିକୋଣ ଓ ବ୍ରହ୍ମ ସ୍ଥାନରେ କରନ୍ତୁ ନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe