ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ସଜେଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏଥିପାଇଁ କେହି କେହି ବଜାରରୁ ବିଭିନ୍ନ ସୌଖୀନ ସାମଗ୍ରୀ କିଣି ଆଣିଥାନ୍ତି। ଯେଉଁଟା ଭଲ ଲାଗେ ଘରକୁ ନେଇ ଆସନ୍ତୁ। ହେଲେ ସବୁବେଳେ ଏପରି କରିବା ଠିକ୍ ନୁହେଁ।
ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ ଫର୍ଣ୍ଣିଚର୍ ଆଣିବାର ଦିନ ଶୁଭ ହେବା ଦରକାର ଓ ଏହାକୁ ରଖିବାର ସ୍ଥାନ ଚୟନ ବି ଉଚିତ୍ ହେବା ଦରକାର। ଯଦି ଏପରି ନହୁଏ, ଏହା ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ତାହା ଖରାପ ପ୍ରଭାବ ପକାଇପାରେ।
ଶୁଭଦିନ ଓ ଉଚିତ୍ ସ୍ଥାନ ଚୟନ କରି ଘରେ ଫର୍ଣ୍ଣିଚର୍ ବ୍ୟବହାର କଲେ ଏହା ସୁଖ ସମୃଦ୍ଧି ବଢ଼ାଇବାରେ ସହାୟକ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
ଆସନ୍ତୁ ଜାଣିବା ପର୍ଣ୍ଣିଚର୍ ଘରକୁ ଆଣିବା ପାଇଁ କ’ଣ କରାଯିବା ଉଚିତ୍।
[caption id="attachment_273242" align="aligncenter" width="600"]
୧- କୌଣସି ବି ନୂତନ ଫର୍ଣ୍ଣିଚର୍ ଆଣିବା ପୂର୍ବରୁ ପ୍ରଥମେ ଘରର ବାସ୍ତୁସ୍ଥିତି ଉପରେ ଦୃଷ୍ଟି ଦିଅନ୍ତୁ।
୨- ଘର ପାଇଁ ଫର୍ଣ୍ଣିଚର୍ କିଣିବା ପୂର୍ବରୁ ଶୁଭ ଦିନ ଚୟନ କରନ୍ତୁ। ଭୁଲରେ ବି ଶନିବାର, ମଙ୍ଗଳବାର କିମ୍ୱା ଅମାବ୍ସାସ୍ୟା ଦିନ ଫର୍ଣ୍ଣିଚର୍ କିଣନ୍ତୁ ନାହିଁ। ଏହି ଦିନରେ ଫର୍ଣ୍ଣିଚର୍ କିଣିଲେ ଘରର ସୁଖ ଶାନ୍ତି ଉପରେ ଖରାପ ପ୍ରଭାବ ପଡ଼ିଥାଏ।
୩- ଯଦି ଫର୍ଣ୍ଣିଚର୍ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଭଲ କାଠ ଚିହ୍ନଟ କରନ୍ତୁ। ସବୁବେଳେ ଶାଗୁଆନ, ଶାଳ, ଲିମ୍ୱ ଓ ଅଶୋକ କାଠରେ ଫର୍ଣ୍ଣିଚର୍ ତିଆରି କରନ୍ତୁ। ଯଦି କିଣିବାକୁ ଚାହୁଁଛନ୍ତି ଏସବୁ କାଠର ଫର୍ଣ୍ଣିଚର୍ ହିଁ କିଣନ୍ତୁ।
୪- କେବେ ବି ପୁରୁଣା ପର୍ଣ୍ଣିଚର୍ କିଣନ୍ତୁ ନାହିଁ। ଏମିତିକି ପୁରୁଣା କାଠରେ ଫର୍ଣ୍ଣିଚର୍ ତିଆରି କରନ୍ତୁ ନାହିଁ।
୬- ଯଦି ଘରେ କାଠକାମ କରିବାକୁ ଚାହୁଁଛନ୍ତି, ଦକ୍ଷିଣ କିମ୍ୱା ପଶ୍ଚିମ ଦିଗରେ କାମ ଆରମ୍ଭ କରନ୍ତୁ। ଉତ୍ତର-ପୂର୍ବ ଦିଗରେ କାମ ଶେଷ କରନ୍ତୁ। ଏପରି କରିବା ଦ୍ୱାରା ଘରର ଉନ୍ନତି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
୭- ଧନହାନିଠାରୁ ରକ୍ଷା ପାଇବାକୁ ହେଲେ ହଲ୍କା ଫର୍ଣ୍ଣିଚର୍ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଓଜନିଆ ଫର୍ଣ୍ଣିଚର୍ ଦକ୍ଷିଣ ଓ ପଶ୍ଚିମ ଦିଗର ରଖନ୍ତୁ।
୮- ଯଦି ଶୁଭ ଦିଗରେ ଫର୍ଣ୍ଣିଚର୍ ରଖିବା ସମ୍ଭବ ହେଉ ନାହିଁ, ତେବେ ସୋଫା ସେଟ୍, ଆଲମାରୀକୁ କାନ୍ଥଠାରୁ ପ୍ରାୟ ୬ରୁ ୮ ଇଞ୍ଚ ଦୂରରେ ରଖନ୍ତୁ।