Advertisment

ଧନ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ଏସବୁ ବାସ୍ତୁ ଉପଚାର

ଘରେ ବାସ୍ତୁଦୋଷ ରହିଲେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥ ସଞ୍ଚୟ କରିପାରିବେ ନାହିଁ।

Rupees

Rupees

Advertisment

ଅନେକ ସମୟରେ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ ସେମାନେ ଭଲ ରୋଜଗାର କରୁଛନ୍ତି, କିନ୍ତୁ ସଞ୍ଚୟ କରିପାରୁ ନାହାନ୍ତି। ତେଣୁ ଯେତେ ଆୟ କଲେ ବି ଦରକାର ବେଳେ ଅର୍ଥର ଅଭାବ ଦେଖାଯାଉଛୁ। ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ହୋଇପାରେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ଥାଇପାରେ। ଘରେ ବାସ୍ତୁଦୋଷ ରହିଲେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥ ସଞ୍ଚୟ କରିପାରିବେ ନାହିଁ। ତେଣୁ ଏ କ୍ଷେତ୍ରରେ ବାସ୍ତୁର କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍, ତାହା ଜାଣି ନିଅନ୍ତୁ।

Advertisment

୧. ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରି ହେଉଛି କୁବେରଙ୍କ ପ୍ରତୀକ। ତେଣୁ ଏହାକୁ ସଠିକ୍‌ ଦିଗରେ ରଖନ୍ତୁ। ଏହାକୁ ଉତ୍ତର ଦିଗରେ ରଖିଲେ ଶୁଭ ହୋଇଥାଏ। ଘରେ ଲାଗିରହିଥିବା ଅଭାବଅନଟନ ଦୂର ହୋଇଥାଏ।

୨. ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ ଆଲମାରି କେବେ ଖାଲି ରଖନ୍ତୁ ନାହିଁ, ଏଥିରେ କିଛି ନା କିଛି ଟଙ୍କା ନିଶ୍ଚୟ ରଖନ୍ତୁ। ଏହା ବ୍ୟତୀତ ଆଲମାରିରେ ଏକ ଦର୍ପଣ ଲଗାନ୍ତୁ। ଯେପରି ଆଲମାରି ଖୋଲିବା ଏବଂ ବନ୍ଦ କରିବା ସମୟରେ ଆପଣଙ୍କ ମୁହଁ ଦେଖା ଯାଉଥିବ। ଏହା ଦ୍ୱାରା ଆର୍ଥିକ ଲାଭ ମିଳିଥାଏ। ଆଲମାରି ଉପରେ କୌଣସି ପ୍ରକାର ଭାରି ଜିନିଷ ରଖନ୍ତୁ ନାହିଁ। ଏପରି କଲେ ଧନହାନି ହୋଇଥାଏ।

Advertisment

୩. ଧନ୍‌ତେରସ୍‌ ଦିନ ଆଲମାରିକୁ ପୂଜା କରନ୍ତୁ। ଏହି ଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରନ୍ତୁ। ଆଲମାରିରେ ରୁପା ମୁଦ୍ରା ରଖନ୍ତୁ। ଏତଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। 

୪- ଆଲମାରି ସାମ୍ନାରେ ବାଥ୍‌ରୁମ୍‌ କିମ୍ୱା ଅଳିଆ ଆବର୍ଜନା ରଖନ୍ତୁ ନାହିଁ।ଆଲମାରି ଭିତରେ ଜିନିଷ ପତ୍ର ସଜାଡିକି ରଖନ୍ତୁ।  ବାସ୍ତୁବିତଙ୍କ କହିବା ଅନୁସାରେ ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। 

Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe