Advertisment

ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି କି? ଆପଣାନ୍ତୁ ଏହି ଉପାୟ, ନିଶ୍ଚୟ ମିଳିବ ସଫଳତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଘରୁ ବାହାରକୁ କୌଣସି କାମରେ ଗଲେ, ସଫଳତା ଆଶା ଆମ ମନ ଭିତରେ ଉଙ୍କି ମାରୁଥାଏ। ହେଲେଜୀବନରେ କେତେବେଳେ ସଫଳତା ତ କେତେବେଳେ ବିଫଳତାକୁ ସାମନା କରିବାକୁ ପଡ଼ିଥାଏ। ଏହାସତ୍ତ୍ୱେ ବିଫଳତାର ପ୍ରତିଶତକୁ କମାଇବା ସହ ସଫଳତାର ମାତ୍ରା ବଢାଇବାକୁ ଆସନ୍ତୁ ଜାଣିବା କିଛି ଉପାୟ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବାର ଆଶା ଦ୍ୱିଗୁଣିତ ହୋଇଯିବ। ତେଣୁ ଆପଣ ସପ୍ତାହର ପ୍ରତେକ ବାରରେ ଏହିପରି ଉପାୟ ଅବଲମ୍ୱନ କରି ବାହାରକୁ ଯାଆନ୍ତୁ, ସଫଳତା ନିଶ୍ଚୟ […]

ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି କି?  ଆପଣାନ୍ତୁ ଏହି ଉପାୟ, ନିଶ୍ଚୟ ମିଳିବ ସଫଳତା

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଘରୁ ବାହାରକୁ କୌଣସି କାମରେ ଗଲେ, ସଫଳତା ଆଶା ଆମ ମନ ଭିତରେ ଉଙ୍କି ମାରୁଥାଏ। ହେଲେଜୀବନରେ କେତେବେଳେ ସଫଳତା ତ କେତେବେଳେ ବିଫଳତାକୁ ସାମନା କରିବାକୁ ପଡ଼ିଥାଏ।

Advertisment

ଏହାସତ୍ତ୍ୱେ ବିଫଳତାର ପ୍ରତିଶତକୁ କମାଇବା ସହ ସଫଳତାର ମାତ୍ରା ବଢାଇବାକୁ ଆସନ୍ତୁ ଜାଣିବା କିଛି ଉପାୟ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବାର ଆଶା ଦ୍ୱିଗୁଣିତ ହୋଇଯିବ। ତେଣୁ ଆପଣ ସପ୍ତାହର ପ୍ରତେକ ବାରରେ ଏହିପରି ଉପାୟ ଅବଲମ୍ୱନ କରି ବାହାରକୁ ଯାଆନ୍ତୁ, ସଫଳତା ନିଶ୍ଚୟ ପାଆନ୍ତୁ।

ସୋମବାର

ସୋମବାର ଘରୁ ବାହାରିବା ସମୟରେ ଆପଣ ଆଇନା ଦେଖି ବାହାରନ୍ତୁ। ଆପଣଙ୍କ କାମ ନିଶ୍ଚୟ ପୂରା ହେବ।

Advertisment

ମଙ୍ଗଳବାର

ମଙ୍ଗଳବାର ଘରୁ ବାହାରିଲା ବେଳେ ଗୁଡ଼ ଖାଇ ବାହାରନ୍ତୁ।  ଗୁଡ଼ରେ ମଧୁରତା ଭରି ରହିବା ପରି ଆପଣଙ୍କ ଦିନ ମଧ୍ୟ ଭଲରେ କଟିବା ସହ ସଫଳତା ପାଇବେ।

ବୁଧବାର

ବୁଧବାର ଘରୁ ବାହାରକୁ ଗଲା ବେଳେ ଧନିଆ ଖାଇ ବାହାରନ୍ତୁ। ଆପଣଙ୍କ କାମ ନିଶ୍ଚୟ ପୂରା ହେବ।

ଗୁରୁବାର

ଗୁରୁବାର ଆପଣ ଧଳା ବସ୍ତ୍ର ପରିଧାନ କରନ୍ତୁ। ଏହା ସହ  ଜିରା ଖାଇ ଘରୁ ବାହାରନ୍ତୁ । ଆପଣଙ୍କ ଦିନ ଭଲରେ କଟିବା ସହ କାର୍ଯ୍ୟରେ ସଫଳତା ପାଇବେ।

ଶୁକ୍ରବାର

ଏହି ବାରରେ ଆପଣ ବାହାରକୁ ଗଲାବେଳେ ଦହି ଖାଇ ଯାଆନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ଦେବ।

ଶନିବାର

ଶନିବାର  ବାହାରକୁ ଯିବା ବେଳେ ଅଦା ଖାଇ ବାହାରନ୍ତୁ। ଆପଣଙ୍କ କାମରେ କୌଣସି ବାଧା ଆସିବ ନାହିଁ। ଆଉ ଆପଣ କାର୍ଯ୍ୟରେ ସଫଳତା ପାଇବେ।

ରବିବାର

ଯଦି ଆପଣ ରବିବାର କିଛି ଜରୁରୀ କାମରେ ବାହାରକୁ ଯାଉଛନ୍ତି, ତାହାଲେ ପାନ ଖାଇବାକୁ ଭୁଲନ୍ତୁ ନାହିଁ। ଆପଣଙ୍କ କାମ ପୁରା ହେବାରେ କୌଣସି ବାଧା ଆସିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe