Advertisment

ହୋଲିରେ ରାଶି ଅନୁସାରେ ଖେଳନ୍ତୁ ରଙ୍ଗ; ଚମକିବ ଭାଗ୍ୟ

ଶାସ୍ତ୍ର ଅନୁସାରେ ଏହି ଉତ୍ସବରେ ଗ୍ରହ ମାନଙ୍କର ସନ୍ତୁଷ୍ଟି ପାଇଁ ରଙ୍ଗ ଗୁଡିକ ଉପରେ ବିଶେଷ ଗୁରୁତ୍ୱ ଦେବା ଜରୁରୀ।

ଅଦ୍ୟତନ ହୋଇଛି
Holi

Holi

Advertisment

ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ସହ ସମସ୍ତେ ଏହାକୁ ପାଳନ କରିଥାନ୍ତି। ସବୁ ଭେଦଭାବ ଭୁଲି ସମସ୍ତେ ଏହି ଦିନ ପରସ୍ପରକୁ ରଙ୍ଗ ବୋଳିବା ସହ ମିଠା ଖୁଆଇଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ କିଛି ନିୟମ ପାଳନ କରିବା ଜରୁରୀ। ଏହାଦ୍ୱାରା ଆପଣଙ୍କ ଜୀବନ ହସଖୁସିରେ ପୂରି ଉଠିବ ଓ ଏହାର ସକରାତ୍ମକ ପରିଣାମ ପାଇପାରିବେ। ଶାସ୍ତ୍ର ଅନୁସାରେ ଏହି ଉତ୍ସବରେ ଗ୍ରହ ମାନଙ୍କର ସନ୍ତୁଷ୍ଟି ପାଇଁ ରଙ୍ଗ ଗୁଡିକ ଉପରେ ବିଶେଷ ଗୁରୁତ୍ୱ ଦେବା ଜରୁରୀ। ପ୍ରତ୍ୟେକ ରାଶିଙ୍କ ନିଜର ପ୍ରିୟ ରଙ୍ଗ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ ହୋଇଥାଏ।

Advertisment

ମେଷ: ମେଷ ରାଶିର ବ୍ୟକ୍ତି ଲାଲ ରଙ୍ଗ ଖେଳିଲେ ଶୁଭଫଳ ମିଳିଥାଏ। ଲାଲ ରଙ୍ଗ ପ୍ରେମର ପ୍ରତୀକ ଅଟେ।

ବୃଷ: ଏହି ରାଶିର ବ୍ୟକ୍ତି ଧଳା ରଙ୍ଗ ଅବିରରେ ରଙ୍ଗ ଖେଳନ୍ତୁ। ଏହି ରାଶି ପାଇଁ ଧଳା ରଙ୍ଗ ଶୁଭ ଅଟେ। ଏହାସହ ଏହି ରାଶିର ବ୍ୟକ୍ତି ହାଲକା ନୀଳ ରଙ୍ଗରରେ ହୋଲି ଖେଳି ପାରିବେ। ଧଳା ରଙ୍ଗ ସୁଖ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ।

Advertisment

ମିଥୁନ: ସବୁଜ ରଙ୍ଗର ଅବିର ଏହି ରାଶି ପାଇଁ ଶୁଭ ଅଟେ। ମିଥୁନ ରାଶିର ବ୍ୟକ୍ତି ସବୁଜ ରଙ୍ଗରେ ହୋଲି ଖେଳିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

କର୍କଟ: ଏହି ରାଶିର ବ୍ୟକ୍ତି ଧଳା ରଙ୍ଗରର ଅବିରରେ ରଙ୍ଗ ଖେଳନ୍ତୁ। ଏହି କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଦାୟକ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗାଡ଼ ଲାଲ ଓ ହଳଦୀ ରଙ୍ଗର ଅବିର ଶୁଭ ଅଟେ। ସିଂହ ରାଶିର ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିଲେ ମାନସିକ ଶାନ୍ତି ମିଳିଥାଏ।

କନ୍ୟା: ଏହି ରାଶି ପାଇଁ ସବୁଜ ଶୁଭ ରଙ୍ଗ ଅଟେ। ଏହି ରଙ୍ଗକୁ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ।

ତୁଳା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ଓ ହଳଦିଆ ରଙ୍ଗ ଶୁଭ ଅଟେ।

ବିଚ୍ଛା: ଏହି ରାଶି ପାଇଁ ଲାଲ ରଙ୍ଗ ଶୁଭ ଅଟେ। ବିଚ୍ଛା ରାଶିର ବ୍ୟକ୍ତି ଲାଲ ରଙ୍ଗର ହୋଲି ଖେଳିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଧନୁ: ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ ଅଟେ।

ମକର: ଏହି ରାଶିର ବ୍ୟକ୍ତି ଗାଢ଼ ସବୁଜ ଅବିରରେ ରଙ୍ଗ ଖେଳିଲେ ଶୁଭ ହୋଇଥାଏ। ଏହାଦ୍ୱାରା ମନକୁ ପ୍ରସନ୍ନତା ମିଳିଥାଏ ।

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରଙ୍ଗ ନୀଳ ଅଟେ।

ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗ ଶୁଭ ରଙ୍ଗ ଅଟେ।

Astrology Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe