Advertisment

ବାସ୍ତୁ ଶାସ୍ତ୍ର ଅନୁସାରେ କରନ୍ତୁ ଘରର ରଙ୍ଗ; ମିଳିବ ମା’ଲକ୍ଷ୍ମୀଙ୍କ କୃପା

ବାସ୍ତୁ ଶାସ୍ତ୍ରରେ ଘରର ନିର୍ମାଣଗତ ଦିଗକୁ ଯେଭଳି ଗୁରୁତ୍ୱ ଦିଆଯାଏ, ରଙ୍ଗ ଉପରେ ମଧ୍ୟ ସେଭଳି ଗୁରୁତ୍ୱ ଦିଆଯାଏ।

ଅଦ୍ୟତନ ହୋଇଛି
House

House

Advertisment

ବାସ୍ତୁ ଶାସ୍ତ୍ରରେ ଘରର ନିର୍ମାଣଗତ ଦିଗକୁ ଯେଭଳି ଗୁରୁତ୍ୱ ଦିଆଯାଏ, ରଙ୍ଗ ଉପରେ ମଧ୍ୟ ସେଭଳି ଗୁରୁତ୍ୱ ଦିଆଯାଏ। କାରଣ, ଘର ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡ଼ିଥାଏ। ଯଦି ଘରେ ବ୍ୟବହୃତ ରଙ୍ଗଗୁଡ଼ିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ କୌଣସି ସମସ୍ୟା ରହି ନଥାଏ ବୋଲି କୁହାଯାଏ।  ବାସ୍ତୁ ଅନୁସାରେ ଘରର ରଙ୍ଗ ହୋଇ ନଥାଏ, ତେବେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।  ପ୍ରତ୍ୟେକ ରଙ୍ଗର ଭଲ ଓ ମନ୍ଦ ପ୍ରଭାବ ରହିଛି। ରଙ୍ଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ଭରିଥାଏ ବୋଲି ବାସ୍ତୁଶାସ୍ତ୍ର ବିତ୍‌ମାନେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଘରେ କେଉଁ ରଙ୍ଗ ଦେଲେ ଶୁଭ ଦାୟକ ହୋଇଥାଏ। 

Advertisment

ରୋଷେଇ ଘରର ରଙ୍ଗ:ରୋଷେଇ ଘରକୁ ମା’ ଲକ୍ଷ୍ମୀଙ୍କ ଶାଳ ବୋଲି କୁହାଯାଇଥାଏ। ପ୍ରତି ଦିନ ଅନ୍ନ ସହ ବିଭିନ୍ନ ପ୍ରକାର ବ୍ୟାଞ୍ଜନ ପ୍ରସ୍ତୁତି କରାଯାଇଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରର ରଙ୍ଗ ଦେବା ଆବଶ୍ୟକ। ରୋଷେଇ ଘରେ ରଙ୍ଗ ଘିଅ ରଙ୍ଗ, ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗ ଦେଲେ ଶୁଭ ହୋଇଥାଏ। ଏହା ଦ୍ୱାରା ରୋଷେଇ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ବେଡ୍‌ ରୁମ:  ଦିନସାରା ଅକ୍ରାନ୍ତ ପରିଶ୍ରମ କରି ମଣିଷଟିଏ ଆସି ବେଡ୍‌ ରୁମ୍‌ରେ ବିଶ୍ରାମ ନେଇଥାଏ। ଯଦି ବେଡ୍‌ ରୁମ୍‌ର ରଙ୍ଗ ଠିକ୍ ହୋଇନଥାଏ, ଆମେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ।
ଏଥିପାଇଁ ବେଡ୍‌ ରୁମରେ ରଙ୍ଗ ବାସ୍ତଶାସ୍ତ୍ର ଅନୁସାରେ କରିବା ଆବଶ୍ୟକ। ଶୋଇବା ଘରେ ନୀଳ ଓ ହାଲକା ଗୋଲାପି ରଙ୍ଗ ଦେଲେ ଶୁଭ ହୋଇଥା଼ଏ। ଏହା ଦ୍ୱାରା ରୁମ୍‌ରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ରାତିରେ ମଧ୍ୟ ଭଲ ନିଦ ହୋଇଥାଏ। ଏଥିସହ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିଥାଏ।

Advertisment

ଲିଭିଙ୍ଗ୍ ରୁମ: ଲିଭିଙ୍ଗ୍ ରୁମରେ ବସି ପରିବାର ସଦସ୍ୟ  ମନୋରଞ୍ଜନ କରିଥାନ୍ତି। ଏହି ସ୍ଥାନ ପାଇଁ ହଳଦିଆ, ସବୁଜ ଏବଂ ନୀଳ ପରି ଉଜ୍ଜ୍ୱଳ ଏବଂ ଜୀବନ୍ତ ରଙ୍ଗଗୁଡିକ ଦେବା ଆବଶ୍ୟକ। 

ପୂଜା ଘର: ପ୍ରାର୍ଥନା ଏବଂ ଧ୍ୟାନ ପାଇଁ ପୂଜା କୋଠରୀ ଏକ ପବିତ୍ର ସ୍ଥାନ। ଏଥିପାଇଁ ପୂଜା ଘରେ ଧଳା ରଙ୍ଗ ଦେବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି। କାରଣ ଏହା ଶୁଦ୍ଧତା ଏବଂ ସ୍ଥିରତାର ପ୍ରତୀକ ଅଟେ। ପୂଜା କୋଠରୀରେ ଧଳା ରଙ୍ଗ ବ୍ୟବହାର କରିବା ଦ୍ୱାରା ଶାନ୍ତ ବାତାବରଣ ସୃଷ୍ଟି କରେ। ମା’ ଲକ୍ଷ୍ମୀଙ୍କ କୃପା ଘର ଉପରେ ରହିଥାଏ। ପୂଜା କୋଠରୀରେ ଅନ୍ଧାର ଏବଂ ତୀବ୍ର ରଙ୍ଗର ବ୍ୟବହାରକୁ ଏଡ଼ାଇବା ଆବଶ୍ୟକ।

Astrology Bastu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe