Advertisment

ଘର କିମ୍ବା ଜାଗା କିଣୁଛନ୍ତି କି? ଏହି ସବୁ ବାସ୍ତୁ ନିୟମ ଉପରେ ଦିଅନ୍ତୁ ଧ୍ୟାନ

ମଶାଣି, ଡାକ୍ତରଖାନା ଓ ଜେଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ଘର କିମ୍ବା ଜାଗା କିଣିଲେ ଅଭାବ ଅନାଟନ ଲାଗି ରହିବା ସହ ଘରେ କଳି ଝଗଡ଼ା ଲାଗି ରୁହେ।

author-image
Tapaswini Nayak
House

House

ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ। କାରଣ ଘର ଅବା ଜାଗାରେ ବାସ୍ତୁଦୋଷ ରହିଲେ ପରବର୍ତ୍ତୀ ସମୟରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ଘର କିମ୍ୱା ଜାଗା କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

Advertisment

୧. ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାକୁ ବାସ୍ତୁଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି।

୨. ଘର ନିକଟରେ ବଡ଼ ଗଛ ବା ଇଲେକ୍ଟ୍ରିଟ୍ରାନ୍ସଫର୍ମର୍‌ ଥିଲେ, ସେଠାରେ ଘର କିମ୍ବା ଜାଗା କିଣନ୍ତୁ ନାହିଁ। ଏପରି ହେଲେ ଆପଣଙ୍କର ଉନ୍ନତିରେ ବାଧା ଉପୁଜିପାରେ।

Advertisment

୩. ମଶାଣି, ଡାକ୍ତରଖାନା ଓ ଜେଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ଘର କିମ୍ବା ଜାଗା କିଣିଲେ ଅଭାବ ଅନାଟନ ଲାଗି ରହିବା ସହ ଘରେ କଳି ଝଗଡ଼ା ଲାଗି ରୁହେ।

୪. କିଣୁଥିବା ଘର ନିକଟରେ ଯଦି ବଡ଼ ପାହାଡ଼ ଥାଏ, ଯଥାସମ୍ଭବ ସେ ସ୍ଥାନରେ ଘର କିଣନ୍ତୁ ନାହିଁ କି ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଶୁଭ ନୁହେଁ। ଏହା ଦ୍ୱାରା ପରିବାର ଉପରେ ନକରାତ୍ମ ଶକ୍ତିର ପ୍ରଭାବ ପଡ଼ିଥାଏ।

Astrology Bastu