ଅସ୍ତ ଗ୍ରହର ପ୍ରଭାବ କରିଦେବ ଜୀବନକୁ ଛାରଖାର, ଚାଲିଯାଇପାରେ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ କୌଣସି ଗ୍ରହ ସୂର୍ଯ୍ୟଙ୍କ ନିକଟକୁ ଯାଇ ଅସ୍ତ ହୋଇଯାଏ, ସେ ସମୟରେ ଉକ୍ତ ଗ୍ରହ ଶକ୍ତିହୀନ ହୋଇଯାଇଥାଏ। ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଜୀବନରେ ପଡ଼ିଥାଏ। ଗ୍ରହଟି ମୂଳ ତ୍ରିକୋଣ କିମ୍ବା ଉଚ୍ଚ ରାଶିରେ ଥିଲେ ବି ଏହାର ଶକ୍ତି କମି ଯାଇଥାଏ ଓ ଅଶୁଭ ଫଳ ଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଅସ୍ତ ଗ୍ରହ ଜଣେ ବଳହୀନ ଓ ଅସୁସ୍ଥ ରାଜା ସହ ସମାନ। […]

Graha

Graha

Rakesh Mallick
  • Published: Thursday, 04 October 2018
  • Updated: 04 October 2018, 09:44 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ କୌଣସି ଗ୍ରହ ସୂର୍ଯ୍ୟଙ୍କ ନିକଟକୁ ଯାଇ ଅସ୍ତ ହୋଇଯାଏ, ସେ ସମୟରେ ଉକ୍ତ ଗ୍ରହ ଶକ୍ତିହୀନ ହୋଇଯାଇଥାଏ। ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଜୀବନରେ ପଡ଼ିଥାଏ। ଗ୍ରହଟି ମୂଳ ତ୍ରିକୋଣ କିମ୍ବା ଉଚ୍ଚ ରାଶିରେ ଥିଲେ ବି ଏହାର ଶକ୍ତି କମି ଯାଇଥାଏ ଓ ଅଶୁଭ ଫଳ ଦେଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଅସ୍ତ ଗ୍ରହ ଜଣେ ବଳହୀନ ଓ ଅସୁସ୍ଥ ରାଜା ସହ ସମାନ। ଅସ୍ତ ଗ୍ରହଟି ଯେଉଁ ଭାବରେ ରହିଥିଲେ ବି ତା’ର ଫଳ ମିଳିବାରେ ମଧ୍ୟ ବିଳମ୍ବ ଘଟିଥାଏ।

ଭଲ ଗ୍ରହ ଅସ୍ତ ହୋଇଗଲେ ସ୍ଥିତି ଅତ୍ୟନ୍ତ ଭୟାନକ ହୋଇଯାଇଥାଏ। ସେହିପରି ଯଦି କୌଣସି ଗ୍ରହ ନୀଚ ରାଶି, ଦୂଷିତ ସ୍ଥାନ, ଶତ୍ରୁ ରାଶି କିମ୍ବା ଅଶୁଭ ଗ୍ରହଙ୍କ ପ୍ରଭାବରେ ଥାଏ ତେବେ ପରିଣାମ ଆହୁରି ଅଧିକ କଷ୍ଟଦାୟକ ହୋଇଥାଏ।
vastuଯଦି କୁଣ୍ଡଳୀରେ କୌଣସି ଶୁଭ ଗ୍ରହ ଯେମିତି ବୃହସ୍ପତି, ଚନ୍ଦ୍ର ଓ ବୁଧ ଅସ୍ତ ହୋଇଯାଇଥାନ୍ତି ବେମାରୀ, ବଡ଼ ଦୁର୍ଘଟଣା କିମ୍ବା ଅତ୍ୟନ୍ତ ଦୁଃଖଦାୟକ ଖବରର ସମ୍ମୁଖୀନ ହେବାକୁ ପଡ଼ିପାରେ। ବେଳେ ବେଳେ ଦେଖାଯାଏ, କୌଣସି ଗୋଟିଏ ଶୁଭ ଗ୍ରହ ଅସ୍ତ ହୋଇଗଲେ ଉକ୍ତ ଲୋକଙ୍କ ଜୀବନ ଏପଟସେପଟ ହୋଇଯାଇଥାଏ। ଏପରି ସ୍ଥିତିରେ ତାଙ୍କ ସହ କୌଣସି ବି ଅଶୁଭ ଘଟଣା ଘଟିପାରେ। ଯେପରିକି ବନ୍ଧୁ ପରିଜନଙ୍କ ମୃତ୍ୟୁ ଓ ସବୁ ଠିକ୍‌ ଥାଇ ବି ଯୋଜନ ସଫଳ ନହେବା।

କୌଣସି ଗ୍ରହ ଅସ୍ତ ହେବା ବେଳେ ଶୁଭ ସ୍ଥାନରେ ଥାଏ ଓ କୌଣସି ଅନ୍ୟ ଶୁଭ ଗ୍ରହର ପ୍ରଭାବରେ ରହିଥାଏ ତେବେ ସମସ୍ୟା କିଛିଟା କମିପାରେ। ହେଲେ ଯଦି ଅସ୍ତ ଗ୍ରହ ଉପରେ ଅଶୁଭ ଗ୍ରହର ପ୍ରଭାବ ଥାଏ ତେବେ ପରିଣାମ ବହୁତ ଖରାପ ହୋଇଥାଏ।
ଆସନ୍ତୁ ଜାଣିବା କେଉଁ ଗ୍ରହ ଅସ୍ତ ହେଲେ କି ପ୍ରକାର ପ୍ରଭାବ ପଡ଼ିଥାଏ।
chandraଚନ୍ଦ୍ର: ଯଦି ବ୍ୟକ୍ତିର ଜନ୍ମକୁଣ୍ଡଳୀରେ ଚନ୍ଦ୍ର ଅଷ୍ଟମେଶ ପାପ ପ୍ରଭାବରେ ଥାଏ ତେବେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଚିନ୍ତାରେ ରହିଥାଏ। ଯଦି ଦ୍ୱାଦଶେଶ ପ୍ରଭାବ ଥାଏ ତେବେ ଦୀର୍ଘଦିନ ବେମାରୀ ପଡ଼ିପାରନ୍ତି କିମ୍ବା ନିଶାଗ୍ରସ୍ତ ହୋଇପାରନ୍ତି। ଚନ୍ଦ୍ର ଅସ୍ତ ହେଲେ ମାଆଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବା, ପୈତୃକ ସମ୍ପତ୍ତି ନଷ୍ଟ ହେବା, ମାନସିକ ସ୍ତରରେ ଅଶାନ୍ତ ରହିବା ପରି ସମସ୍ୟା ଉପୁଜିଥାଏ।
mangalମଙ୍ଗଳ: ମଙ୍ଗଳ ଅସ୍ତ ହେଲେ ଆଭ୍ୟନ୍ତରୀଣ ଶାରୀରିକ ପୀଡ଼ା, ଅତ୍ୟଧିକ ଚିନ୍ତା, ରକ୍ତ ଦୂଷିତ ହେବା ପରି ସମସ୍ୟା ଦେଖାଦେଇପାରେ। ଅସ୍ତ ମଙ୍ଗଳ ଉପରେ ଷଷ୍ଠେଶ ପାପର ପ୍ରଭାବ ରହୁ ଥିବାରୁ ବ୍ୟକ୍ତି କ୍ୟାନସର, ଗୁରୁତର ଦୁର୍ଘଟଣାର ଶିକାର ହେବାର ସମ୍ଭାବନା ବଢ଼ିଯାଇଥାଏ। ଯଦି ଅଷ୍ଟମେଶ ପାପର ପ୍ରଭାବ ହୋଇଥାଏ ବ୍ୟକ୍ତି ଭ୍ରଷ୍ଟ ଓ ଦୁର୍ନିତୀ ଗ୍ରସ୍ତ ହୋଇଯାଇଥାନ୍ତି। ଯଦି ଅସ୍ତ ମଙ୍ଗଳ ଉପରେ ରାହୁ-କେତୁଙ୍କ ପ୍ରଭାବ ଥାଏ ତେବେ କୌଣସି ବଡ଼ ସମସ୍ୟାରେ ଫସି ପାରନ୍ତି।
budhaବୁଧ: କୁଣ୍ଡଳୀରେ ଅଷ୍ଟମେଶ ପାପର ପ୍ରଭାବ ଥିଲେ ବ୍ୟକ୍ତ ଦମା, ମାନସିକ ଅବସାଦ ଓ ଚର୍ମ ରୋଗ ପରି ବେମାରୀରେ ପଡ଼ି ପାରନ୍ତି। ଏହାସହ କୌଣସି ପ୍ରିୟଜନଙ୍କ ମୃତ୍ୟୁ ଘଟିପାରେ। ପ୍ରତାରଣାର ଶିକାର ମଧ୍ୟ ହୋଇପାରନ୍ତି।
brihaspatiବୃହସ୍ପତି: ବୃହସ୍ପତି ଅସ୍ତ ହୋଇଗଲେ ପଢ଼ାପଢ଼ିରେ ମନ ଲାଗି ନଥାଏ। ଲିଭର୍‌ ସମସ୍ୟାରେ ପଡ଼ିପାରନ୍ତି। ଏହି ସମୟରେ ବୃହସ୍ପତିଙ୍କ ଉପରେ ଦୂଷିତ ଗ୍ରହଙ୍କ ପ୍ରଭାବ ଥିଲେ ସନ୍ତାନ ସୁଖ ମିଳି ନଥାଏ। ଯଦି ଅସ୍ତ ବୃହସ୍ପତିଙ୍କ ଉପରେ ଷଷ୍ଠେଶ ପାପର ପ୍ରଭାବ ଥାଏ ତେବେ ଡାଇବେଟିସ୍‌ ବାହାରିବା ସହ ସବୁ ବେଳେ ଜ୍ୱର ଲାଗି ରହିବା ପରି ବେମାରୀରେ ପଡ଼ି ପାରନ୍ତି। ଏହାସହ କୌଣସି ଆଇନ୍‌ଗତ ସମସ୍ୟାରେ ଫସି ପାରନ୍ତି। ଯଦି ଅଷ୍ଟମେଶର ପ୍ରଭାବ ରହିଥାଏ ତେବେ ଜୀବନସାଥୀ ବେମାର ପଡ଼ିପାରନ୍ତି। ଦ୍ୱାଦଶେଶରେ ପାପର ପ୍ରଭାବ ଥିଲେ ଲୋକେ ଅନୈତିକ ସମ୍ପର୍କରେ ପଡ଼ି ଫସି ପାରନ୍ତି।
sukraଶୁକ୍ର: ଶୁକ୍ର ଅସ୍ତ ହୋଇଗଲେ ଜୀବନସାଥୀ ବେମାର ପଡ଼ିପାରନ୍ତି। ବ୍ୟକ୍ତି କିଡନୀ ବେମାରୀରେ ପଡ଼ିପାରନ୍ତି। ଏହାସହ ସନ୍ତାନହୀନ ହୋଇଯିବାର ଭୟ ରହିଥାଏ। ଅସ୍ତ ଶୁକ୍ର, ରାହୁ-କେତୁଙ୍କ ପ୍ରଭାବରେ ଥିଲେ ସାମାଜିକ ପ୍ରତିଷ୍ଠା କମିଯାଇଥାଏ। ଯଦି ଅସ୍ତ ଶୁକ୍ର ଅଷ୍ଟମେଶ ପାପର ପ୍ରଭାବରେ ଥାଏ ତେବେ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ। ଦ୍ୱାଦଶେଶ ପାପର ପ୍ରଭାବ ଥିଲେ ଲୋକେ ନିଶାଗ୍ରସ୍ତ ହୋଇଯିବାର ସମ୍ଭାବନା ରହିଥାଏ।
saniଶନି: ଶନି ଅସ୍ତ ହୋଇଗଲେ ଓ ଷଷ୍ଠେଶ ପାପର ଛାଇ ଥିଲେ ହାଡ଼ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟାରେ ଦେଖାଦେଇପାରେ। ଯଦି ଅଷ୍ଟମେଶ ପାପର ପ୍ରଭାବ ରହିଥାଏ ତେବେ ବ୍ୟକ୍ତିଙ୍କୁ ଚାକିରି ହରାଇବାକୁ ପଡ଼ିପାରେ। ଦ୍ୱାଦଶେଶ ପାପର ପ୍ରଭାବ ଥିଲେ ବ୍ୟକ୍ତି କୌଣସି ଭୟଙ୍କର ବେମାରୀରେ ପଡ଼ିପାରନ୍ତି। ବ୍ୟକ୍ତି ସାମାଜିକ ପ୍ରତିଷ୍ଠା ହରାଇଥାନ୍ତି। ବ୍ୟକ୍ତିର କାମ ଓ ବ୍ୟବହାର ନୀଚ ପ୍ରକୃତର ଲୋକଙ୍କ ପରି ହୋଇଯାଇଥାଏ।
କୁଣ୍ଡଳୀରେ ଗ୍ରହ ଅସ୍ତ ହେବା ପରେ ଦେଖାଦେଉଥିବା ଅଶୁଭ ପ୍ରଭାବ କମାଇବାକୁ ହେଲେ ଉକ୍ତ ଗ୍ରହର ମନ୍ତ୍ର ନିରନ୍ତର ଜପ କରିବା ଆବଶ୍ୟକ। ଏହାଦ୍ୱାରା ଗ୍ରହ ଅସ୍ତ ଜନିତ ସମସ୍ୟା କିଛି ପରିମାଣରେ କମିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos