ଝିଅକୁ ବିବାହ ସମୟରେ ଦେଉଛନ୍ତି କି ଗଣେଶଙ୍କ ପ୍ରତିମୂର୍ତ୍ତି? ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ

ପାଖେଇ ଆସୁଛି ଗଣେଶ ପୂଜା। ବିଘ୍ନ ବିନାଶକଙ୍କୁ ସବୁବେଳେ ଶୁଭ ବୋଲି ବିବେଚନା କରାଯାଇଥାଏ। ଗଣେଶ ମୂର୍ତ୍ତି ତଥା ଫଟୋକୁ  ପୂଜା କଲେ ଘରେ ସୁଖ ଶାନ୍ତି ବିରାଜମାନ କରିଥାଏ ଓ ବାଧାବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ବହୁ ସମୟରେ ପ୍ରିୟଜନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ପରିବାର ଲୋକେ ସେମାନଙ୍କୁ ଗଣେଶ ମୂର୍ତ୍ତି ଉପହାର ଦେଇଥାନ୍ତି। ହେଲେ ଏହି ସମୟରେ କିଛି ବାସ୍ତୁ ନିୟମ ମାନିବା ଉଚିତ, ନଚେତ ଉନ୍ନତି ହେବା […]

ganesh puja

  • Published: Saturday, 27 August 2022
  • , Updated: 29 August 2022, 08:56 PM IST

ପାଖେଇ ଆସୁଛି ଗଣେଶ ପୂଜା। ବିଘ୍ନ ବିନାଶକଙ୍କୁ ସବୁବେଳେ ଶୁଭ ବୋଲି ବିବେଚନା କରାଯାଇଥାଏ। ଗଣେଶ ମୂର୍ତ୍ତି ତଥା ଫଟୋକୁ  ପୂଜା କଲେ ଘରେ ସୁଖ ଶାନ୍ତି ବିରାଜମାନ କରିଥାଏ ଓ ବାଧାବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ବହୁ ସମୟରେ ପ୍ରିୟଜନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ପରିବାର ଲୋକେ ସେମାନଙ୍କୁ ଗଣେଶ ମୂର୍ତ୍ତି ଉପହାର ଦେଇଥାନ୍ତି। ହେଲେ ଏହି ସମୟରେ କିଛି ବାସ୍ତୁ ନିୟମ ମାନିବା ଉଚିତ, ନଚେତ ଉନ୍ନତି ହେବା ପରିବର୍ତ୍ତେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ।

  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗଣେଶଙ୍କ ପ୍ରତିମାକୁ ଘରର ଯେକୌଣସି ସ୍ଥାନରେ ରଖିବା ଉଚିତ ନୁହେଁ। ବିଶେଷକରି ବାଥରୁମ କାନ୍ଥରେ ଗଣେଶଙ୍କର ଫଟୋ କିମ୍ବା ପ୍ରତିମା ରଖନ୍ତୁ ନାହିଁ । ଏହା ବ୍ୟତୀତ ଗଣେଶଙ୍କ ପ୍ରତିମାକୁ ଶୋଇବା ଘରେ ମଧ୍ୟ ରଖିବା ଉଚିତ ନୁହେଁ।  ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ତିକ୍ତତା ବଢ଼ିଥାଏ।
  • ଭଗବାନ ଗଣେଶଙ୍କ ନୃତ୍ୟ ପ୍ରତିମାକୁ କେବେ ବି ଘରେ ରଖନ୍ତୁ ନାହିଁ। ଏହାକୁ ଉପହାର ରୂପେ ମଧ୍ୟ  କାହାକୁ ଦିଅନ୍ତୁ ନାହିଁ। ଗଣେଶ ନୃତ୍ୟ କରୁଥିବା ପ୍ରତିମୂର୍ତ୍ତି ଘରେ ରଖିଲେ ଘରେ ଅଯଥାରେ କଳହ ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି।   ଯଦି ଏପରି ମୂର୍ତ୍ତିକୁ ଆପଣ କାହାକୁ ଉପହାର ଭାବେ ଦିଅନ୍ତି, ତା’ ହେଲେ ତାଙ୍କ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।
  • ଯଦି ଆପଣ ଗଣପତିଙ୍କ ମୂର୍ତ୍ତିକୁ ଘରେ ରଖିବାକୁ ଯାଉଛନ୍ତି, ତେବେ ବାମ ପାର୍ଶ୍ୱକୁ ଶୁଣ୍ଢ ଥିବା ଗଣପତି ଅଣାଯିବା ଉଚିତ । କାରଣ ଡାହାଣ ପାର୍ଶ୍ୱରେ ଥିବା ଶୁଣ୍ଢ ସହିତ ଗଣେଶଙ୍କୁ ପୂଜା କରିବା ପାଇଁ ବିଶେଷ ନିୟମ ପାଳନ କରିବାକୁ ପଡିଥାଏ ।
  • ବାସ୍ତୁବିତଙ୍କ ଅନୁଯାୟୀ,  ସନ୍ତାନ ଚାହୁଁଥିବା ଦମ୍ପତି ଗଣେଶଙ୍କ ଶିଶୁ ପ୍ରତିମୂର୍ତ୍ତିକୁ  ଘରକୁ ଆଣିବା ଉଚିତ। ବିଶ୍ୱାସ କରାଯାଏ ଯେ, ଏହାପରେ ଜନ୍ମିତ ସନ୍ତାନ ପିତାମାତାଙ୍କୁ ଭକ୍ତି କରିଥାନ୍ତି।
  • ଅନ୍ୟପକ୍ଷରେ, ଯଦି ଚାକିରି କିମ୍ବା ବ୍ୟବସାୟରେ କିଛି ଅସୁବିଧା ଅଛି, ତେବେ ସେଗୁଡିକୁ ଦୂର କରିବା ପାଇଁ ଘରେ ଗଣେଶଙ୍କର ଏକ ପ୍ରତିମା କିମ୍ବା ଫଟୋ ଲଗାଯିବା ଉଚିତ | ଏହା ସମସ୍ୟା ଦୂର କରେ ଏବଂ ଆପଣଙ୍କୁ ସଫଳତା ଆଣିଦିଏ।

Related story