Advertisment

ଆତ୍ମହତ୍ୟାର କାରଣ ବାସ୍ତୁ ଦୋଷ କି?

ଘର କଲା ବେଳେ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଆତ୍ମହତ୍ୟା ଭଳି ସମସ୍ୟା ଦେଖାଯିବ ନାହିଁ, ସେ ନେଇ ଟିପ୍ସ ଦେଇଛନ୍ତି ବାସ୍ତୁବିଦ୍‌।

House

House

Advertisment

ଆମ ଦେଶରେ ଆତ୍ମହତ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏକ ତଥ୍ୟ ଅନୁଯାୟୀ, ୨୦୨୨ରେ ଆମ ଦେଶରେ ୧.୭୧ ଲକ୍ଷ ଲୋକ ଆତ୍ମହତ୍ୟା କରିଥିଲେ। ୨୦୨୧ଠାରୁ ଏହା ୪.୨% ଓ ୨୦୧୮ଠାରୁ ଏହା ୨୭% ଅଧିକ ଥିଲା। ଏହି ସବୁ ଆତ୍ମହତ୍ୟା ପଛରେ ରହିଛି ଭିନ୍ନ ଭିନ୍ନ କାରଣ। ତେବେ ବାସ୍ତୁବିଦ୍‌ମାନେ ବିଶ୍ୱାସ କରନ୍ତି ଯେ ଘରେ ବାସ୍ତୁଦୋଷ ଥିଲେ ଏହାର ସଦସ୍ୟାମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳେ। ଏ ସମ୍ବନ୍ଧରେ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା କିଛି ଟିପ୍ସ ଦେଇଛନ୍ତି, ସେଗୁଡ଼ିକୁ ପଢ଼ନ୍ତୁ।

Advertisment

ଯଦି ଘର ବିଧିବିଧାନରେ ଓ ଉପଯୁକ୍ତ ନୀତିନିୟମରେ ତିଆରି ହେଉନି ଏବଂ ଘରର ଐଶାନ୍ୟ କୋଣ ଭାରି ଉଚ୍ଚା ହୋଇଥାଏ, ତା’ହେଲେ ବାସ୍ତୁ ସମସ୍ୟା ଆସିଥାଏ ଏବଂ ଗୃହର ସଦସ୍ୟ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରନ୍ତି।

ଗୃହର ଅଗ୍ନିକୋଣ ତଳୁଆ ବା ନିଚ୍ଚା ହେଲେ ବ୍ୟବସାୟରେ ସମସ୍ୟା ଆସିଥାଏ। ଗୃହର ଚଟାଣ ଉଚ୍ଚା ହେବା ଦ୍ୱାରା ସଂପର୍କରେ ଫାଟ ଆସିଥାଏ। ଫଳରେ ବେଳେ ବେଳେ ମାନସିକ ଉତ୍ତେଜନା ସୃଷ୍ଟି ହୋଇଥାଏ ଓ ଗୃହର ସଦସ୍ୟ ଆତ୍ମହତ୍ୟା କରିପାଇଁ ଚେଷ୍ଟା କରିଥା’ନ୍ତି।

Advertisment

ଗୃହର ଉତ୍ତର-ପଶ୍ଚିମ ବା ବାୟୁ କୋଣ ବୃଦ୍ଧି ହେଲେ ଆସିଥାଏ ମାନସିକ ରୋଗ। ଗୃହର ଐଶାନ୍ୟ କୌଣରେ ପାଇଖାନା ଥିଲେ, ବାୟୁ କୋଣ ବୃଦ୍ଧି ହୋଇଥିଲେ, ଅଗ୍ନିକୋଣ ବୃଦ୍ଧି ହୋଇଥିଲେ, ଦକ୍ଷିଣ-ପଶ୍ଚିମ କୋଣ ବା ନୈଋତ କୋଣ ବୃଦ୍ଧି ହେଲେ ଗୃହର ସନ୍ତାନମାନଙ୍କ ମଧ୍ୟରେ ଆତ୍ମହତ୍ୟା ଜନିତ ସମସ୍ୟା ଦେଖା ଦେଇଥାଏ।

ଗୃହକୁ ସୂର୍ଯ୍ୟାଲୋକ ଓ ବାୟୁ ଚଳାଚଳର ସୁବିଧା ନ ଥିଲେ ଏବଂ ଘରେ ଗନ୍ଧ ହେଉଥିଲେ ମାନସିକ ଅବସାଦ ସହିତ ମାନସିକ ଉତ୍ତେଜନା ସୃଷ୍ଟି ହୋଇଥାଏ। ଗୃହ କଲା ବେଳେ ଏହାକୁ ଦୃଷ୍ଟି ଦେବା ସହିତ ଉତ୍ତର-ପଶ୍ଚିମ କୋଣ ବା ବାୟୁ କୋଣ, ଦକ୍ଷିଣ-ପଶ୍ଚିମ କୋଣ ବା ନୈଋତ କୋଣ ଏବଂ ଦକ୍ଷିଣ-ପୂର୍ବ କୋଣ ବା ଅଗ୍ନି କୋଣକୁ ବୃଦ୍ଧି କରନ୍ତୁ ନାହିଁ।

Suicide Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe