Advertisment

ମାଛ ଆକ୍ୱାରିୟମ୍‌ ଘରେ ଥିଲେ ମାଡ଼ିବ ନାହିଁ ବିପଦ, ଚୟନ କରନ୍ତୁ ସଠିକ୍‌ ଦିଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରର ସାଜସଜ୍ଜାକୁ ଆକର୍ଷଣୀୟ କରିବା ଉପରେ ପ୍ରାୟତଃ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଘରକୁ ଆଧୁନିକ ଶୈଳୀରେ ସଜାଇବା ସହ ମାଛ ଆକୱାରିୟମ୍‌ ମଧ୍ୟ ରଖିଥାନ୍ତି। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ହେଲେ ପେଙ୍ଗ୍‌ସୁଇ ଅନୁସାରେ ଘରେ ଫିସ୍‌ ଆକୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ […]

ଅଦ୍ୟତନ ହୋଇଛି
ମାଛ ଆକ୍ୱାରିୟମ୍‌ ଘରେ ଥିଲେ ମାଡ଼ିବ ନାହିଁ ବିପଦ, ଚୟନ କରନ୍ତୁ ସଠିକ୍‌ ଦିଗ

z11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରର ସାଜସଜ୍ଜାକୁ ଆକର୍ଷଣୀୟ କରିବା ଉପରେ ପ୍ରାୟତଃ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଘରକୁ ଆଧୁନିକ ଶୈଳୀରେ ସଜାଇବା ସହ ମାଛ ଆକୱାରିୟମ୍‌ ମଧ୍ୟ ରଖିଥାନ୍ତି। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ହେଲେ ପେଙ୍ଗ୍‌ସୁଇ ଅନୁସାରେ ଘରେ ଫିସ୍‌ ଆକୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

Advertisment

publive-image

କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ ପାଳନ କଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳିବ। ଆଜି ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଆକ୍ୱାରିୟମ୍‌ ତ ରଖିଛନ୍ତି, କିନ୍ତୁ ଏହାକୁ କେଉଁ ଦିଗରେ କିପରି ସ୍ଥାନରେ ରଖାଯାଏ ତାହା ଜାଣି ନଥାନ୍ତି। ତେବେ ଆଜି ଆପଣଙ୍କୁ ଏହି ବିଷୟରେ ସୂଚନା ଦେବୁ। ଆପଣ କେଉଁ ଦିଗରେ ଫିସ୍‌ ଆକ୍ୱାରିୟମ୍‌ ରଖିଲେ ଏହା ଆପଣଙ୍କୁ ଶୁଭ ଫଳ ଦେବ, ଆସନ୍ତୁ ଜାଣିବା ।

ଘରେ ରଙ୍ଗିନ୍‌ ମାଛ ରଖିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ। ପେଙ୍ଗ୍‌ସୁଇ ମଧ୍ୟ ଏହି କଥା କହିଯାଏ ଯେ, ଘରେ ମାଛ ରଖିବା ଫଳରେ ଧନ ବଢ଼ିଥାଏ ଏବଂ ଏହା ସବୁ ବିପଦକୁ ଦୂରେଇ ଦେଇଥାଏ।

Advertisment

publive-image

ପେଙ୍ଗସୁଇ ଅନୁସାରେ ଘରେ ବା ଅଫିସ୍‌ରେ ଆକ୍ୱାରିୟମ୍‌ ରଖିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାକୁ ପୂର୍ବ, ଉତ୍ତର, ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ବୋଲି ଧରାଯାଏ। ଏହା ସହ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଅତିବାହିତ କରିବାକୁ ଏହାକୁ ମୁଖ୍ୟ ଦ୍ୱାରର ବାମ ପାଖରେ ରଖିବା ଆବଶ୍ୟକ।

ଫିସ୍‌ ଆକ୍ୱାରିୟମ୍‌କୁ ରୋଷେଇଘର ବା ବାଥ୍‌ରୁମ୍‌ରେ ରଖିବା ଉଚିତ୍‌ ନୁହେଁ। ଘରେ ସକରାତ୍ମକ ଚିନ୍ତାଧାରା ବଜାୟ ରଖିବାକୁ ଚାହିଁଲେ ମଝିରେ ମଝିରେ ତାହାର ପାଣି ବଦଳେଇବା ଦରକାର। ପେଙ୍ଗ୍‌ସୁଇ ଅନୁସାରେ କଳା ରଙ୍ଗର ମାଛ ଘର ଉପରେ କୌଣସି ବିପଦକୁ ଆସିବାକୁ ଦିଏନାହିଁ।

publive-image

ତେବେ ଆକ୍ୱାରିୟମ୍‌ରେ ଥିବା ଅବସ୍ଥାରେ ଯଦି କୌଣସି ମାଛ ମରିଯାଇଥାନ୍ତି, ତେବେ ତୁରନ୍ତ ଉକ୍ତ ମାଛକୁ ବାହାର କରି କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ। ପେଙ୍ଗସୁଇ ଅନୁସାରେ ଯେତେବେଳେ କୌଣସି ମାଛ ମରିଯାଏ, ସେତେବେଳେ ତାହା କୌଣସି ନା କୌଣସି ନକରାତ୍ମକ ଶକ୍ତିକୁ ନେଇ ଚାଲିଯାଇଥାଏ ବୋଲି ବିଶ୍ୱାସ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe