ଜୁଲାଇ ୧୪, ମଙ୍ଗଳବାର: ମନ ବିଚଳିତ ରହିବ

ମେଷ: ହଠାତ୍ ଶରୀର ଅସୁସ୍ଥ ହୋଇପାରେ। ସାମାନ୍ୟ ଘଟଣାକୁ ନେଇ ମିତ୍ରମାନେ ଶତ୍ରୁପରି ଆଚରଣ କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବୃଷ: ବହୁତ ଦିନରୁ ଚିନ୍ତା କରୁଥିବା କାମକୁ ହଠାତ୍ କରିବାକୁ ମନବଳାଇବେ। ମନ ଖୁସି ରହିବ।  ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ: ପରିବାରରେ ହସ ଓ ଖୁସିର ପରିବେଶ ରହିବ।  ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ। ଶତ୍ରୁଙ୍କ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। କର୍କଟ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଚେଷ୍ଟା କରୁଥିବା ପ୍ରତ୍ୟେକଟି […]

Daily Horoscope

Jyoshna Pradhan
  • Published: Tuesday, 14 July 2020
  • , Updated: 14 July 2020, 02:27 PM IST

ମେଷ: ହଠାତ୍ ଶରୀର ଅସୁସ୍ଥ ହୋଇପାରେ। ସାମାନ୍ୟ ଘଟଣାକୁ ନେଇ ମିତ୍ରମାନେ ଶତ୍ରୁପରି ଆଚରଣ କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ବୃଷ: ବହୁତ ଦିନରୁ ଚିନ୍ତା କରୁଥିବା କାମକୁ ହଠାତ୍ କରିବାକୁ ମନବଳାଇବେ। ମନ ଖୁସି ରହିବ।  ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ: ପରିବାରରେ ହସ ଓ ଖୁସିର ପରିବେଶ ରହିବ।  ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ। ଶତ୍ରୁଙ୍କ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

କର୍କଟ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପିଲାମାନେ ମଦ ଦେଇ ପାଠ ପଢ଼ିବେ। କୁକୁରକୁ ଖାଇ‍କୁ ଦିଅନ୍ତୁ।

କନ୍ୟା: ମନ ବିଚଳିତ ରହିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ନ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: ନିଜ ମନମୁତାବକ କାର୍ଯ୍ୟ କରି ଖୁସି ଅନୁଭବ କରିବେ।  ମାନ-ସମ୍ମାନ ମିଳିବ। ନୂତନ ପୋଷାକ କିଣି ପାରନ୍ତି।

ବିଛା: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ଧନୁ: ବ୍ୟସ୍ତତା ଭିତରେ ରହିବେ।  ଖୁସି ଖବର ଶୁଣି ପାରନ୍ତି। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ମକର: ମହିଳାମାନେ ସମସ୍ତ କ୍ଷେତ୍ରରେ ଅଗ୍ରଗତି ଲାଭ କରିବେ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

କୁମ୍ଭ: ଆତ୍ମବିଶ୍ୱାସ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ମୀନ: ସ୍ଥିରତା ଅବଲମ୍ବନ କରନ୍ତୁ ସମସ୍ୟା ଧିରେ ଧିରେ ଦୂରେଇ ଯିବ। ମହିଳାମାନେ ଗୃହର ସାଜସଜା ପ୍ରତି ଧ୍ୟାନ ଦେବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

 

Related story