ଜୁଲାଇ ୧୫, ବୁଧବାର: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ

ମେଷ: ପିଲାମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟ କଳାପକୁ ନେଇ  ଚିନ୍ତିତ ରହିବେ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଶରୀରରେ ଆଘାତ ଲାଗିପାରେ। ଖର୍ଚ୍ଚ ବଢ଼ିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମିଥୁନ: ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ଗୃହ ଉପକରଣ ଜିନିଷ କିଣି ପାରନ୍ତି। ଖାଦ୍ୟପେୟର ଯତ୍ନ ନିଅନ୍ତୁ। କର୍କଟ: ମନ ଖୁସି ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ସିଂହ: ପରିବାରରେ […]

rashi

rashi

Jyoshna Pradhan
  • Published: Wednesday, 15 July 2020
  • Updated: 15 July 2020, 12:36 PM IST

Sports

Latest News

ମେଷ: ପିଲାମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟ କଳାପକୁ ନେଇ  ଚିନ୍ତିତ ରହିବେ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଶରୀରରେ ଆଘାତ ଲାଗିପାରେ। ଖର୍ଚ୍ଚ ବଢ଼ିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ: ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ଗୃହ ଉପକରଣ ଜିନିଷ କିଣି ପାରନ୍ତି। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

କର୍କଟ: ମନ ଖୁସି ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ।

ସିଂହ: ପରିବାରରେ ହସ ଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

କନ୍ୟା: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଅନେକ ଦିନର ଆଶା ଅଭିଳାଷ ପୂରଣ ହେବ। ମନ ବିଚଳିତ ରହିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

ବିଛା: ପ୍ରତ୍ୟେକଟି ଦିଗରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମକର: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବଢ଼ିବ। ମହିଳାମାନେ ସମାଜରେ ଲୋକପ୍ରିୟତା ହାସଲ କରିବେ। ନିଜ ମନ ମୁତାବକ କାର୍ଯ୍ୟ କରିବାରେ ସୁଯୋଗ ପାଇବେ।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ । ଶୁଭ ଖବର ଶୁଣି ପାରନ୍ତି।

ମୀନପାରିବାରିକ ସମସ୍ୟାକୁ  ଚୁତରତାର ସହିତ ସମାଧାନ କରିବେ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଶରୀର ସୁସ୍ଥ ରହିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos