ଜୁଲାଇ ୧୯, ରବିବାର:  ମିଠା କଥା କହି ଲୋକଙ୍କ ମନ ଜିତିବେ

ମେଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।

ବୃଷ: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମତପାର୍ଥକ୍ୟ ଦେଖାଦେବ। ସଞ୍ଚିତ ଅର୍ଥ ବ୍ୟୟ ହେଇଯିବ, ଯାହା ଫଳରେ ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିବେ। କୌଣସି ଅସହାୟ ଲୋକଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ମିଠା କଥା କହି ଲୋକଙ୍କ ମନ ଜିତିବେ।

କର୍କଟ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ସିଂହ: ବନ୍ଧୁଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ। ଅପରାହ୍ଣ ପରେ ଶରୀରରେ ଆଘାତ ଲାଗିପାରେବ।

କନ୍ୟା: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: କର୍ମକ୍ଷେତ୍ରରେ ସ୍ଥାନାନ୍ତର ହେବାର ଯୋଗ ରହିଛି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ବିଛା: ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।  ଦ୍ୱନ୍ଦ୍ୱ ଭିତରେ ରହିବେ।  ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ଧନୁ: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ମକର: ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଖୁସି ଖବର ଶୁଣି ପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କଟିବ। ଦୀର୍ଘ ଦିନର ଆଶା ପୂରଣ ହେବ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।

ମୀନ: ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ପାଇବେ। ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଶରୀର ଫୂର୍ତ୍ତି ରହିବ।