ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ । ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ, ବ୍ୟବସାୟରେ ଲାଭ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଶାନ୍ତି ମିଳିବ ।
ବୃଷ : କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ, ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ କୃତକାର୍ଯ୍ୟ ହେବେ ।
ମିଥୁନ: ବ୍ୟବସାୟରେ ଲାଭବାନ ହେବେ, ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ: ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଉନ୍ନତି ହେବ । ମହିଳା ଓ ଛାତ୍ରୀମାନେ ପୁରଷ୍କୃତ ହେବେ ।
ସିଂହ: ବନ୍ଧୁ, ମିତ୍ର ଓ ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ବ୍ୟବସାୟରେ ଭଲ ରୋଜଗାର ହେବା ଫଳରେ ଆଶାତୀତ ଲାଭ ପାଇବେ।
କନ୍ୟା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ପାରିବାରିକ କ୍ଷେତ୍ରରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।
ତୁଳା: ସାଧାରଣ ଘଟଣା ଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡ ହେବ। ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବା ସହ କାମଗୁଡ଼ିକ ସହଜରେ ହୋଇଯିବ। ତରବରିଆ ଭାବେ କୌଣସି କାମ ନ କରି ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ ଭଲ ହେବ ।
ବିଚ୍ଛା: ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ଓ ଦୂର ସ୍ଥାନକୁ ଯାତ୍ରା କରିବେ । ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ । ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।
ଧନୁ: ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ । ପୁରାତନ ରୋଗରୁ ସାମାନ୍ୟ ଉପଶମ ମିଳିବ। ସୁଯୋଗ ଆପେ ଆପେ ପାଖକୁ ଆସିଯିବ । ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବେ ।
ମକର: ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ, ବ୍ୟବସାୟରେ ଲାଭ କମ ହେବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ।
କୁମ୍ଭ: ଆଜି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ, ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମହିଳାମାନେ ପାରିବାରିକ ପରିବେଶରେ ନିଜର ସ୍ଥିତି ସୁଦୃଢ କରିବେ । ବିଦ୍ୟାର୍ଥୀମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।
ମୀନ: ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ। ମହିଳାମାନେ ଗୃହ କାର୍ଯ୍ୟରେ ନିମଗ୍ନ ରହିବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।