ମେଷ: ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ।
ବୃଷ: ଆଜି ଆପଣ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ। ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ।
ମିଥୁନ: ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ। ବକେୟା ଅର୍ଥ ଲାଭ କରିବେ। ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ।
କର୍କଟ: ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ, ଶାରୀରିକ ଓ ମାନସିକ ଶାନ୍ତି ମିଳିବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ର୍ନିମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ।
କନ୍ୟା: ଆଜି ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାଜୟ ହେବେ।
ତୁଳା: କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହୋଇ ପାରନ୍ତି। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।
ବିଚ୍ଛା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।
ଧନୁ: ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। ର୍ନିମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ସୁନାମ ଅର୍ଜନ କରିବେ।
ମକର: ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ପରିବାରରେ ଖୁସିର ବାତାବରଣ ସ୍ଥାୟୀ ରହିବ।
କୁମ୍ଭ: କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆୟ ଅପେକ୍ଷା ବ୍ୟୟ ହୋଇପାରେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।
ମୀନ: ଘରକୁ ଅତିଥି ଆସିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।