Advertisment

ପୂଜା ଘରେ ଏହି ଦିଗରେ ଜାଣନ୍ତୁ ନାହିଁ ଦୀପ; ମାଡ଼ି ଆସିବ ବିପଦ

ବିଶେଷ ଭାବରେ ପୂଜା କରିବା ସମୟରେ ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ଯେ ତେଲ ଦୀପକୁ ସର୍ବଦା ଡାହାଣ ପାର୍ଶ୍ୱରେ ରଖିବେ ଏବଂ ଘିଅ ଦୀପକୁ ସବୁବେଳେ ବାମ ପାର୍ଶ୍ୱରେ ରଖିବା ଉଚିତ। ଏହା ଦ୍ୱାରା ଶୁଭ ହୋଇଥାଏ ।

ଅଦ୍ୟତନ ହୋଇଛି
puja lamp

puja lamp

Advertisment

ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଦୀପ ଜାଳିଥାଉ। କୁହାଯାଏ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ଯେକୌଣସି ପୂଜାବ୍ରତରେ ଆରମ୍ଭରୁ ଦୀପ ଲଗାଯାଇଥାଏ। ତା’ପରେ ପୂଜାପାଠର ଅନ୍ୟ ବିଧି କରାଯାଇଥାଏ। ବେଳେବେଳେ ଆମେ ଅଜାଣତରେ ଭୁଲ୍‌ ଦିଗରେ ଦୀପ ଲଗାଇ ପୂଜାପାଠ କରିଥାନ୍ତି। ଯାହା ଆମକୁ ଜଣାଯାଇନଥାଏ। ଏହା ଦ୍ୱାରା ପରିବାର ଉପରେ ସଙ୍କଟ ମାଡ଼ି ଆସିଥାଏ। ଘରେ ଅଭାବ ଅନାଟନ ଦେଖାଦେଇଥାଏ। ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ। ପରିବାର ମଧ୍ୟରେ କଳିଝଗଡ଼ା ଲାଗିରହିଥାଏ। ତେବେ ଆସନ୍ତୁ ଜାଣିବା ଘର ହେଉବା ମନ୍ଦିର କେଉଁ ଦିଗରେ ଦୀପ ଲଗାଇଲେ ଶୁଭ ହୋଇଥାଏ।

Advertisment

ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ଦକ୍ଷିଣ ଦିଗକୁ ମୁହଁ କରି କେବେ ଦୀପ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗରେ ମୁହଁ କରି ଦୀପ ଲଗାଇଲେ ଘରେ ଆର୍ଥିକ ଶଙ୍କଟ ଦେଖାଯିବା ସହ କଳି ଝଗଡ଼ା ଲାଗି ରହିଥାଏ। ଏହାସହ ଘରର ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କାହିଁକିନା ଦକ୍ଷିଣ ଦିଗ ହେଉଛି ଯମରାଜଙ୍କ ଦିଗ। ଏହି ଦିଗରେ ଦୀପ ଜାଳିବା ଦ୍ୱାରା ଅଶୁଭ ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗକୁ ମୁହଁ କରି ଦୀପ ଜାଳିଲେ ଶୁଭ ହୋଇଥାଏ। । ଶାସ୍ତ୍ରରେ ଉତ୍ତର ଦିଗଟିକୁ କୁବେରଙ୍କର ଦିଗ ଭାବରେ ବିବେଚନା କରାଯାଇଛି। ଉତ୍ତର ଦିଗରେ ଦୀପ ଲଗାଇବା ଦ୍ୱାରା ଘରେ ଅଭାବଅନେଟନ ଦେଖାଯାଇ ନଥାଏ। ଘରେ ସୁଖଶାନ୍ତି ବନି ରହିଥାଏ ।

Advertisment

ବିଶେଷ ଭାବରେ ପୂଜା କରିବା ସମୟରେ ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ଯେ ତେଲ ଦୀପକୁ ସର୍ବଦା ଡାହାଣ ପାର୍ଶ୍ୱରେ ରଖିବେ ଏବଂ ଘିଅ ଦୀପକୁ ସବୁବେଳେ ବାମ ପାର୍ଶ୍ୱରେ ରଖିବା ଉଚିତ। ଏହା ଦ୍ୱାରା ଶୁଭ ହୋଇଥାଏ ।

Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe