Advertisment

ଘରେ ରଖନ୍ତୁ ଏହି ୩ଟି ଜିନିଷ, ଦୂର ହୋଇଯିବ ବହୁ ଟେନସନ୍‌

ଘରେ ଏପରି କିଛି ଜିନିଷ ରଖନ୍ତୁ ଯାହାକି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଆପଣଙ୍କ ଦୀର୍ଘ ଦିନର ସମସ୍ୟା ଧୀରେ ଧୀରେ ଦୁରେଇଯିବ ।

Tension Situation

Tension Situation

Advertisment

ଘରେ ସବୁବେଳେ ଅଶାନ୍ତି, ଆର୍ଥିକ ଟେନସନ୍‌ ଲାଗି ରହୁଛି। ଯେତେ ଚେଷ୍ଟା କଲେ ବି ସମାଧାନର ବାଟ ଫିଟୁନି। ଏପରି ସ୍ଥିତିରେ ଘରେ ଏପରି କିଛି ଜିନିଷ ରଖନ୍ତୁ ଯାହାକି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଆପଣଙ୍କ ଦୀର୍ଘ ଦିନର ସମସ୍ୟା ଧୀରେ ଧୀରେ ଦୁରେଇଯିବ । ଆଜି ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁଯାୟୀ, କ’ଣ ଜିନିଷ ଯାହାକୁ ଘରେ ରଖିବା ଦ୍ୱାରା ଦୂର ହୋଇଯିବ ସବୁ ସମସ୍ୟା।

Advertisment

-ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଧାତୁ ନିର୍ମିତ କଇଁଛ ରଖନ୍ତୁ। ଏହା ରୂପା, ପିତ୍ତଳ ବା ତମ୍ବାରେ ନିର୍ମିତ ହୋଇଥାଇପାରେ । ହିନ୍ଦୁ ଧର୍ମ ଅନୁଯାୟୀ, କଇଁଛକୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଏ । ତେଣୁ ଏହାକୁ ରଖିବା ଦ୍ୱାରା ଘରୁ ଆର୍ଥିକ ସମସ୍ୟା ଦୂରେଇ ଯାଏ ବୋଲି ବିଶ୍ୱାସ ରହିଛି। ଆର୍ଥିକ ସମୃଦ୍ଧି ନିମନ୍ତେ କଇଁଛକୁ ସବୁବେଳେ ଘରର ଉତ୍ତର ଦିଗରେ ରଖନ୍ତୁ ।

-ଘରେ ଶ୍ରୀଫଳ ବା ନଢ଼ିଆ ରଖିବାକୁ ବି ଶୁଭ ବୋଲି ବିବେଚନା କରାଯାଏ। ଯେଉଁ ଘରେ ଶ୍ରୀଫଳ ଥାଏ ସେଠାରେ ମା’ ଲକ୍ଷ୍ମୀ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ସେ ଘରର କର୍ତ୍ତାଙ୍କର କେବେ ଆର୍ଥିକ ସମସ୍ୟା ଦେଖା ଦିଏନି ବୋଲି କୁହାଯାଏ।

Advertisment

-ପୂଜା ଘରେ ଶଙ୍ଖ ରଖିବାକୁ ବି ଶୁଭ ବୋଲି ଧରାଯାଏ । ଘରେ ଶଙ୍ଖ ଥିଲେ ବହୁ ବାସ୍ତୁ ଦୋଷ ଆପେ ଆପେ କଟିଯାଏ ବୋଲି କୁହାଯାଏ । ଶଙ୍ଖ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କର ଅତି ପ୍ରିୟ। ତେଣୁ ଏହାକୁ ଘରେ ରଖିବା ଦ୍ୱାରା ଘରେ ଶାନ୍ତି ବିରାଜମାନ କରିବା ସହ ଆର୍ଥିକ ସମସ୍ୟା ବି ଦୂର ହୋଇଯାଏ ବୋଲି କୁହାଯାଏ ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe