Advertisment

ତୀର୍ଥ କଲେ ଯେତିକି ପୁଣ୍ୟ ମିଳେ, କଳା ଗାଈକୁ ଘାସ ଖାଇବାକୁ ଦେଲେ ସେତିକି ପୁଣ୍ୟ ମିଳେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି, କଳା ଗାଈକୁ ଘାସ ଖୁଆଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। – କଳା ଗାଈକୁ ଘାସ ଖାଇବାକୁ ଦେଲେ ସବୁ ପାପ ଧୋଇ ଯାଇଥାଏ ବୋଲି କୁହାଯାଏ। ତୀର୍ଥ କଲେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, କଳା ଗାଈକୁ ଘାସ ଖୁଆଇଲେ […]

ଅଦ୍ୟତନ ହୋଇଛି
ତୀର୍ଥ କଲେ ଯେତିକି ପୁଣ୍ୟ ମିଳେ, କଳା ଗାଈକୁ ଘାସ ଖାଇବାକୁ ଦେଲେ ସେତିକି ପୁଣ୍ୟ ମିଳେ

c21

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି, କଳା ଗାଈକୁ ଘାସ ଖୁଆଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

Advertisment

publive-image- କଳା ଗାଈକୁ ଘାସ ଖାଇବାକୁ ଦେଲେ ସବୁ ପାପ ଧୋଇ ଯାଇଥାଏ ବୋଲି କୁହାଯାଏ। ତୀର୍ଥ କଲେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, କଳା ଗାଈକୁ ଘାସ ଖୁଆଇଲେ ମଧ୍ୟ ସେତିକି ପୁଣ୍ୟ ମିଳିଥାଏ ବୋଲି କୁହାଯାଏ।

publive-image- ଆପଣ ଯଦି ବର୍ଷେ ପର୍ଯ୍ୟନ୍ତ ନିଜେ ଖାଇବା ଆଗରୁ କଳା ଗାଈକୁ ଘାସ ଖୁଆଇବେ, ତା’ହେଲେ ଗ୍ରହ ଦୋଷ କଟିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହା ସହ ଏହା ଆପଣଙ୍କ ଘରକୁ ସବୁବେଳେ ସକାରାତ୍ମକ ବାତାବରଣ ପ୍ରଦାନ କରିଥାଏ।

Advertisment

ଆଉ କ’ଣ କଲେ ଶୁଭ ଫଳ ପ୍ରାପ୍ତି ହୁଏ?

  • ସକାଳୁ ଉଠି କଳା ଗାଈ ଚାରିପଟେ ଥରେ ପରିକ୍ରମା କଲେ ପୃଥିବୀ ପରିକ୍ରମା କରିବା ସହ ସମାନ ହୋଇଥାଏ। ଗାଈ ଦେହରେ ୩୩ କୋଟି ଦେବୀଦେବତା ଥିବାରୁ ଗାଈକୁ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
  • ଶାସ୍ତ୍ର ଅନୁସାରେ ଯଦି ଆପଣ କଳା ଗାଈର ପରିସ୍ରାକୁ ଗାଧୋଇବା ପାଣିରେ ପକାଇ ଗାଧାନ୍ତି, ତା’ହେଲେ ବିଗତ ତିନି ବର୍ଷ ଭିତରେ କରିଥବା ପାପ ଧୋଇ ହୋଇଯାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ଯେଉଁ ଲୋକଙ୍କ ଘରେ କଳା ଗାଈ ଥାଏ, ତାଙ୍କ ଘର ସବୁବେଳେ ସୁଖଶାନ୍ତି ବଜାୟ ରହେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe