ଘର କରିବା ବେଳେ ପ୍ରାୟତଃ ସମସ୍ତେ ପାଣି ଟାଙ୍କି ଛାତ ଉପରେ ବନାଇଥା’ନ୍ତି। ହେଲେ ଅନେକ ଏହାକୁ ନିର୍ମାଣ କରିବା ବେଳେ ବାସ୍ତୁକୁ ଧ୍ୟାନ ଦେଇ ନଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ପାଣି ଟାଙ୍କି ରହିବା ଉଚିତ ଓ କେଉଁଠି ରହିବା ଉଚିତ ନୁହେଁ।
୧. ଘରର ପାଣି ଟାଙ୍କି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ନିର୍ମାଣ କରନ୍ତୁ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ।
୨. ସେହିପରି ଘରର ପାଣି ଟାଙ୍କି ପଶ୍ଚିମ ଦିଗରେ ମଧ୍ୟ ନିର୍ମାଣ କରିପାରିବେ। ଏହାଦ୍ୱାରା ଶୁଭଫଳ ମିଳିଥାଏ। କାରଣ ପଶ୍ଚିମ ଦିଗ ବରୁଣ ଦେବତା ରହିଥା’ନ୍ତି । ବରୁଣ ଦେବତା ଜଳର ଦେବତା ଅଟନ୍ତି।
୩. ଘରର ଦକ୍ଷିଣ-ପୂର୍ବ ଦିଗରେ ପାଣି ଟାଙ୍କି ଦିଗରେ କରିବା ଉଚିତ ନୁହେଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଏହା ସହ ଦୁର୍ଘଟଣା ଘଟିଥାଏ।
୪. ଉତ୍ତର-ପଶ୍ଚିମ ଦିଗରେ ପାଣି ଟାଙ୍କି ନିର୍ମାଣ କରିବା ଉଚିତ ନୁହେଁ। ଯଦି ଏହି ଦିଗରେ ପାଣି ଟାଙ୍କି ନିର୍ମାଣ କରୁଛନ୍ତି, ତା’ହେଲେ ଟାଙ୍କିର ଆକାର ଛୋଟ କରନ୍ତୁ। ପାଣି ଟାଙ୍କିରେ ପ୍ଲାଷ୍ଟିକ ଢାଙ୍କୁଣୀ ଲଗାନ୍ତୁ ନାହିଁ ।
ପଢ଼ନ୍ତୁ ଘରକରଣା ଓ ଜୀବନଶୈଳୀ ସମ୍ବନ୍ଧୀୟ ରୋଚକ ତଥ୍ୟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।