ଭୁଲ୍‌ ଦିଗରେ ଦର୍ପଣ ରଖିଲେ ପତି-ପତ୍ନୀଙ୍କ ଭିତରେ ଲାଗି ରହେ ଝଗଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଘରେ ଦର୍ପଣ ଥାଏ। ଦର୍ପଣ ଏକ ନିହାତି ଆବଶ୍ୟକୀୟ ଜିନିଷ। ତେବେ ଦର୍ପଣ ସହିତ ବି ବାସ୍ତୁର ସଂପର୍କ ରହିଛି। ବାସ୍ତୁ ଅନୁସାରେ ଦର୍ପଣକୁ ଘରେ ଠିକ୍ ସ୍ଥାନରେ ନ ରଖିଲେ ଅଶାନ୍ତି ଦେଖାଯାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ, ବାସ୍ତୁ ଅନୁସାରେ ଘରର କେଉଁ ଦିଗରେ ଦର୍ପଣ ରହିଲେ ଖରାପ। ସେହିପରି କେଉଁ ଦିଗରେ ଦର୍ପଣ ରଖିଲେ ଭଲ, ତାହା ବି କହିବୁ। ଦକ୍ଷିଣ ଦିଗରେ ଦର୍ପଣ ଲଗାଇଲେ ଘରେ […]

p11

p11

Rosalin Rath
  • Published: Tuesday, 23 July 2019
  • Updated: 23 July 2019, 07:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଘରେ ଦର୍ପଣ ଥାଏ। ଦର୍ପଣ ଏକ ନିହାତି ଆବଶ୍ୟକୀୟ ଜିନିଷ। ତେବେ ଦର୍ପଣ ସହିତ ବି ବାସ୍ତୁର ସଂପର୍କ ରହିଛି। ବାସ୍ତୁ ଅନୁସାରେ ଦର୍ପଣକୁ ଘରେ ଠିକ୍ ସ୍ଥାନରେ ନ ରଖିଲେ ଅଶାନ୍ତି ଦେଖାଯାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ, ବାସ୍ତୁ ଅନୁସାରେ ଘରର କେଉଁ ଦିଗରେ ଦର୍ପଣ ରହିଲେ ଖରାପ। ସେହିପରି କେଉଁ ଦିଗରେ ଦର୍ପଣ ରଖିଲେ ଭଲ, ତାହା ବି କହିବୁ।

  • ଦକ୍ଷିଣ ଦିଗରେ ଦର୍ପଣ ଲଗାଇଲେ ଘରେ ରୋଗବାଗ ଲାଗି ରହେ। ସେହିପରି ଦକ୍ଷିଣ-ପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ।
  • ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟମାନଙ୍କୁ ଆଳସ୍ୟ ଗ୍ରାସ କରେ।
  • ରାତିରେ ଶୋଇଲା ବେଳେ ଦର୍ପଣରେ ବେଡ୍‌ ଦେଖାଯିବା ଖରାପ ହୋଇଥାଏ। ଏହା ଦ୍ୱାରା ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇଥାଏ।
  • ଘରେ ଉତ୍ତର ଦିଗରେ ଦର୍ପଣ ରହିଲେ ଶୁଭ। ଏହା ଯୋଗୁ ଘରେ ସୁଖ,ସମୃଦ୍ଧି ବଢ଼େ।
  • ଉତ୍ତର-ପୂର୍ବ ଏବଂ ପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ସମାଜରେ ମାନସମ୍ମାନ ବୃଦ୍ଧି ହୋଇଥାଏ।
  • ଯଦି ଦର୍ପଣ ଭୁଲ ଦିଗରେ ଲଗାଯାଇଛି ଓ ଏହାକୁ ହଟାଇବା ସମ୍ଭବ ହେଉନାହିଁ, ତା’ହେଲେ ଏକ ପିରାମିଡ୍‌ ଦର୍ପଣ ତା’ ପାଖରେ ରଖନ୍ତୁ। ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରେଇ ରଖିବ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos