ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଘରେ ଦର୍ପଣ ଥାଏ। ଦର୍ପଣ ଏକ ନିହାତି ଆବଶ୍ୟକୀୟ ଜିନିଷ। ତେବେ ଦର୍ପଣ ସହିତ ବି ବାସ୍ତୁର ସଂପର୍କ ରହିଛି। ବାସ୍ତୁ ଅନୁସାରେ ଦର୍ପଣକୁ ଘରେ ଠିକ୍ ସ୍ଥାନରେ ନ ରଖିଲେ ଅଶାନ୍ତି ଦେଖାଯାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ, ବାସ୍ତୁ ଅନୁସାରେ ଘରର କେଉଁ ଦିଗରେ ଦର୍ପଣ ରହିଲେ ଖରାପ। ସେହିପରି କେଉଁ ଦିଗରେ ଦର୍ପଣ ରଖିଲେ ଭଲ, ତାହା ବି କହିବୁ।
- ଦକ୍ଷିଣ ଦିଗରେ ଦର୍ପଣ ଲଗାଇଲେ ଘରେ ରୋଗବାଗ ଲାଗି ରହେ। ସେହିପରି ଦକ୍ଷିଣ-ପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ।
- ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟମାନଙ୍କୁ ଆଳସ୍ୟ ଗ୍ରାସ କରେ।
- ରାତିରେ ଶୋଇଲା ବେଳେ ଦର୍ପଣରେ ବେଡ୍ ଦେଖାଯିବା ଖରାପ ହୋଇଥାଏ। ଏହା ଦ୍ୱାରା ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇଥାଏ।
- ଘରେ ଉତ୍ତର ଦିଗରେ ଦର୍ପଣ ରହିଲେ ଶୁଭ। ଏହା ଯୋଗୁ ଘରେ ସୁଖ,ସମୃଦ୍ଧି ବଢ଼େ।
- ଉତ୍ତର-ପୂର୍ବ ଏବଂ ପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ସମାଜରେ ମାନସମ୍ମାନ ବୃଦ୍ଧି ହୋଇଥାଏ।
- ଯଦି ଦର୍ପଣ ଭୁଲ ଦିଗରେ ଲଗାଯାଇଛି ଓ ଏହାକୁ ହଟାଇବା ସମ୍ଭବ ହେଉନାହିଁ, ତା’ହେଲେ ଏକ ପିରାମିଡ୍ ଦର୍ପଣ ତା’ ପାଖରେ ରଖନ୍ତୁ। ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରେଇ ରଖିବ।