Advertisment

୩୦ ମାର୍ଚ୍ଚ, ଶନିବାର: ସମସ୍ତ ପ୍ରୟାସ ଫଳପ୍ରଦ ହେବ

କର୍ମକ୍ଷେତ୍ରରେ ଦିନଟି ଭଲ ରହିବ। ଛାତ୍ରଛାତ୍ରୀ ପାଠପଢ଼ାରେ ମନ ଦେବେ।

Rashi

Rashi

Advertisment

ମେଷ: କାମକୁ ଗୁରୁତ୍ୱ ଦେବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ପାରିବାରିକ ସମସ୍ୟାର ସମାଧାନ ହେବ। ଆଜି ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ, ଶୁଭଫଳ ପାଇବେ।

Advertisment

ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକେ ପ୍ରଶଂସା ପାଇବେ। ଏହା ସହିତ ସେମାନଙ୍କ ଲୋକ ସମ୍ପର୍କ ବଢ଼ିବ। ରାସ୍ତାରେ ଯିବାଆସିବା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। 

ମିଥୁନ: ଅଧୀନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖସମୃଦ୍ଧି ବୃଦ୍ଧି ହେବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

Advertisment

କର୍କଟ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ।

ସିଂହ: ସୁଖସମୃଦ୍ଧି ବୃଦ୍ଧି ହେବ। ନିଜର ଭାବମୂର୍ତ୍ତିକୁ ସ୍ୱଚ୍ଛ ରଖିବାକୁ ପ୍ରୟାସ କରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେବ।

କନ୍ୟା: ସମସ୍ତ ପ୍ରୟାସ ଫଳପ୍ରଦ ହେବ। ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଈର୍ଷା କରିପାରନ୍ତି। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ।

ତୁଳା: ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଆଶାନୁରୂପ ଲାଭ ପାଇବେ। ପ୍ରତି କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ମିଳିବ। ତରବରିଆ ଭାବରେ କୌଣସି କାମ କରନ୍ତୁ ନାହିଁ।

ବିଛା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଅଚାନକ ଧନପ୍ରାପ୍ତି ହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁଯୋଗ ଆସିବ।

ଧନୁ: ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ଓ ପ୍ରତିଯୋଗିତାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଦିନଟି ଭଲ ରହିବ। ଛାତ୍ରଛାତ୍ରୀ ପାଠପଢ଼ାରେ ମନ ଦେବେ।

ମକର: ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବ। କ୍ୟାରିଅରରେ ବିଶେଷ ସଫଳତା ପାଇବେ। ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖଶାନ୍ତିର ପରିବେଶ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଦାମୀ ଗାଡ଼ି ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇପାରନ୍ତି।
ଜୀବନସାଥୀଙ୍କ ସମର୍ଥନ ଓ ବନ୍ଧୁଙ୍କ ପ୍ରେରଣା ଅନେକ ଚିନ୍ତାକୁ ଦୂର କରିବ।

ମୀନ: ସନ୍ତାନମାନଙ୍କୁ ନୂଆ ସୁଯୋଗ ମିଳିବ। ଉନ୍ନତିର ପଥ ସୁଗମ ହେବ। ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ। ପରୀକ୍ଷାର ପରିଣାମ ଆଶାନୁରୂପ ହେବ। 

Astrology Daily Horoscope
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe