/odisha-reporter/media/media_files/2026/02/25/march-month-lucky-for-these-3-rashi-2026-02-25-16-23-24.jpg)
ମାର୍ଚ୍ଚ ମାସର ରାଶିଫଳ Photograph: (OTV)
ଫେବ୍ରୁଆରୀ ମାସ ସରି ସରି ଆସୁଛି। ଆଗକୁ ଆସୁଛି ମାର୍ଚ୍ଚ ମାସ। ଆଉ ଦିନ କେଇଟା ବାକି। ତେବେ କୁହାଯାଉଛି, ମାର୍ଚ୍ଚ ମାସରେ କିଛି ବଡ଼ ଓ ପ୍ରଭାବଶାଳୀ ଗ୍ରହ, ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ କିଛି ନିର୍ଦ୍ଦିଷ୍ଟ ରାଶି ଉପରେ ଗଭୀର ଭାବରେ ପଡ଼ିବାକୁ ଯାଉଛି। ଏହି ସମୟରେ ୧୨ଟି ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ଦେଖିବାକୁ ମିଳିପାରେ। କିନ୍ତୁ କିଛି ରାଶିର ଲୋକ ମନ ଖୁସି ହେବା ପରି ଫଳ ପାଇବାର ପୂର୍ଣ୍ଣ ଯୋଗ ରହିଛି।
ଜ୍ୟୋତିଷଶାସ୍ତ୍ର (Astrology) ମତରେ ଆସନ୍ତା ମାର୍ଚ୍ଚ ମାସଟି ଉଭୟ ଧାର୍ମିକ ଓ ଜ୍ୟୋତିଷଶାସ୍ତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ଏହି ମାସରେ ହୋଲି ଓ ନବରାତ୍ରି ପରି ଲୋକପ୍ରିୟ ପର୍ବ ପାଳନ ହେବାର ଅଛି। ତେବେ ଏହି ମାସରେ ଏଥିସହିତ ଅନେକ ବଡ଼ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ।
ଯେମିତିକି ମାସର ଆରମ୍ଭରେ, ଶୁକ୍ର ଗ୍ରହ- କୁମ୍ଭରୁ ମୀନରେ ପ୍ରବେଶ କରିବେ। ତା ପରେ ବୃହସ୍ପତି ଗ୍ରହ- ମିଥୁନ ରାଶିରେ ମାର୍ଗୀ ହେବେ। ସେହିପରି ବୁଧ ଓ ସୂର୍ଯ୍ୟ- କୁମ୍ଭରେ ପ୍ରବେଶ କରିବେ। ବୁଧ ଓ ମଙ୍ଗଳର ଉଦୟ ମଧ୍ୟ ଏହି ମାସରେ ହେବ। ଏହିପରି ଗ୍ରହ ଚଳନ ଓ ଗତିରେ ପରିବର୍ତ୍ତନ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡ଼ିପାରେ। ସବୁ ଦୃଷ୍ଟିରୁ ସେମାନଙ୍କର ବହୁତ ଭଲ ଘଟିବ।
ଏହି ରାଶିର ବ୍ୟକ୍ତିମାନେ, କ୍ୟାରିୟରରେ ସଫଳତା ପାଇବେ, ଧନଲାଭ ସୁଗମ ହେଇଯିବ, ନୂତନ ଚାକିରି ପ୍ରାପ୍ତି ଓ ବିବାହ ପରି ଶୁଭ କାର୍ଯ୍ୟର ସୁଯୋଗ ପାଇପାରନ୍ତି। ଆସନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶିଗୁଡ଼ିକ ବିଷୟରେ ଆଉ ଜାଣିବା ସେମାନେ ନିର୍ଦ୍ଦିଷ୍ଟ ଭାବରେ କେଉଁ କ୍ଷେତ୍ରରେ ସୁଫଳ ପାଇବାକୁ ଯାଉଛନ୍ତି।
ବୃଷ ରାଶି
ମାର୍ଚ୍ଚ ମାସ ବୃଷ ରାଶିର ଲୋକମାନଙ୍କ ପାଇଁ ଶୁଭ ରହିବ। ଆପଣ ଯଦି ଏହି ରାଶିର ବ୍ୟକ୍ତି, ତେବେ ଆପଣ ନୂତନ ଚାକିରି ପାଇପାରନ୍ତି। ଯଦି ଆପଣଙ୍କ ବିବାହରେ କୌଣସି ବାଧା ରହିଛି, ତେବେ ତାହା ହଟିଯିବାର ସମ୍ଭାବନା ରହିଛି। ଏହି ମାସରେ ସେଗୁଡ଼ିକ ଦୂର ହେବା ଓ ବିବାହ ସଂପନ୍ନ ହୋଇପାରେ। ବିବାହିତ ଲୋକମାନେ ଶ୍ୱଶୁରଘର ପକ୍ଷରୁ ପୂର୍ଣ୍ଣ ସହଯୋଗ ପାଇବେ। ମନ ଚାହୁଁଥିବା ପରି ଧନଲାଭ ହୋଇପାରେ କିମ୍ବା କୌଣସି କାମରେ ସଫଳତା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ହେବ। ବ୍ୟାପାର ଓ ବିନିଯୋଗ ସମ୍ବନ୍ଧୀୟ ଲୋକମାନେ ଲାଭ ପାଇପାରନ୍ତି। ବହୁତ ଆଗରୁ ଦୀର୍ଘଦିନ ଧରି ଚେଷ୍ଟା କରି ଆସୁଥିବା କୌଣସି ଉଦ୍ୟମ ଶେଷରେ ଫଳବତୀ ହେବ। ଆପଣଙ୍କୁ ସେଥିରେ ସଫଳତା ମିଳିଯିବ।
ତୁଳା ରାଶି
ତୁଳା ରାଶି ପାଇଁ ମାର୍ଚ୍ଚ ମାସଟି ଭଲ ଓ ଭାଗ୍ୟବର୍ଦ୍ଧକ ପ୍ରମାଣିତ ହୋଇପାରେ। ଆପଣ ଯଦି ଏହି ରାଶିର ବ୍ୟକ୍ତି ତେବେ ଜାଣନ୍ତୁ କଣ ହେବ। ଆପଣ ଯେକୌଣସି କାମ ଆରମ୍ଭ କଲେ ସଫଳତା ମିଳିବ। ନୂତନ ଚାକିରି ବଦଳାଇବାକୁ ଭାବୁଥିଲେ, ଭଲ ପ୍ରସ୍ତାବ ମିଳିପାରେ। କୌଣସି କାରଣରୁ ବହୁଦିନ ଧରି ଅଟକି ରହିଥିବା ଓ ଆସିପାରୁ ନଥିବା ଧନ ଫେରସ୍ତ ମିଳିପାରେ। ଆପଣଙ୍କ ଉପର ଅଫିସର, କିମ୍ବା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିପାରନ୍ତି। ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆର୍ଥିକ ସଙ୍କଟ ଦୂର ହେବାର ସମ୍ଭାବନା ରହିଛି। ସାମାଜିକ ପରିଚୟ ବଢ଼ିବ।
ମୀନ ରାଶି
ମୀନ ରାଶି ପାଇଁ ଏହି ସମୟ ଉନ୍ନତି ଓ ସଫଳତାର ସଙ୍କେତ ଦେଉଛି। ଆର୍ଥିକ କ୍ଷେତ୍ରରେ ଯୋଜନାବଦ୍ଧ ଭାବେ କାମ କଲେ ଲାଭ ହେବ। ଉଚ୍ଚଶିକ୍ଷା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ନୂତନ ଚାକିରି କିମ୍ବା ପ୍ରମୋଶନ ମିଳିବାର ସମ୍ଭାବନା ରହିଛି। ଗାଡ଼ି, ସୁନା-ଚାନ୍ଦି ପରି ମୂଲ୍ୟବାନ ବସ୍ତୁ କିଣିପାରନ୍ତି। ଆତ୍ମବିଶ୍ୱାସ ବଳରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ। ବିବାହ ଯୋଗ ମଧ୍ୟ ସୃଷ୍ଟି ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
