୧୧ ମେ’, ବୁଧବାର: ଅର୍ଥ ଲାଭର ମାର୍ଗ ଖୋଲିଯିବ

ମେଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ। ଭଲ ଭାବରେ ଚିନ୍ତାକରି କାମ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୃଷ: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ମାନସିକ ସୁସ୍ଥତା ଅନୁଭବ କରିବେ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଆଗ୍ରହ ବଢିବ। ମିଥୁନ: ଶୁଭ ସମାଚାର ମିଳିବ। ଅର୍ଥ ଲାଭର ମାର୍ଗ ଖୋଲିଯିବ। ବନ୍ଧୁ ମିତ୍ରଙ୍କର ସହଯୋଗରେ ପରିବାରର ପରିସ୍ଥିତି ସମାଧାନ କରିବେ। ବ୍ୟବସାୟ କ୍ଷେତ୍ରରେ […]

RASI

RASI

Niharika Rout
  • Published: Wednesday, 11 May 2022
  • Updated: 11 May 2022, 08:01 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ। ଭଲ ଭାବରେ ଚିନ୍ତାକରି କାମ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ବୃଷ: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ମାନସିକ ସୁସ୍ଥତା ଅନୁଭବ କରିବେ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଆଗ୍ରହ ବଢିବ।

ମିଥୁନ: ଶୁଭ ସମାଚାର ମିଳିବ। ଅର୍ଥ ଲାଭର ମାର୍ଗ ଖୋଲିଯିବ। ବନ୍ଧୁ ମିତ୍ରଙ୍କର ସହଯୋଗରେ ପରିବାରର ପରିସ୍ଥିତି ସମାଧାନ କରିବେ। ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ।

କର୍କଟ: ବନ୍ଧୁଙ୍କର ସାହାଯ୍ୟ ସହଯୋଗ ପାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ରାଜନୀତି କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର।

ସିଂହ: ନୂଆ ଯୋଜନାରେ ସଫଳ ହେବେ। ଆର୍ଥିକ ସହାୟତା ମିଳିପାରେ। ପରିବାରରେ ଖୁସିର ବାତାବରଣ ରହିବ।

କନ୍ୟା: ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହାକୁ କୌଶଳକ୍ରମେ ସମାଧାନ କରିବେ ।  କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦୌଡ କରିବାକୁ ପଡିପାରେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

ତୁଳା: ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୁକ୍ତିପତ୍ର ହୋଇପାରେ ଓ ନୂତନ ଆୟର ପନ୍ଥା ଖୋଲିଯିବ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ଆକସ୍ମିକ ଧନ ଲାଭ ହେବ । ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ  ସୁନାମ ଅର୍ଜନ କରିବେ। ଧନଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମ ବୃଦ୍ଧି ପାଛଇବ ।

ଧନୁ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ  । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ। ପୁରାତନ ରୋଗର ଉପଶମ ହେବ। କାହା ସହିତ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ କିଛି ସୁବିଧା ସୁଯୋଗରୁ ବଞ୍ଚିତ ହୋଇପାରନ୍ତି। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos