ମେଷ: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ ।
ବୃଷ: ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ।
କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ। କର୍ମକ୍ଷେତ୍ରରେ ବିବାଦ ଉପୁଜିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ।
ସିଂହ: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ଦୁର୍ଘଟଣାର ଭୟ ରହିଛି । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ ।
କନ୍ୟା: ବ୍ୟବସାୟରୁ ଅଧିକ ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ, ଶତ୍ରୁମାନେ ପରାଜିତ ହେବେ। ମାନସିକ ଶାନ୍ତି ଅନୁଭବ କରିବେ।
ତୁଳା: ବିଭିନ୍ନ କାରଣରୁ ମାନସିକ ଦୁଶ୍ଚିନ୍ତା ଲାଗି ରହିବ । ଶତ୍ରୁମାନେ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ। ପରିବାରରେ ଅଶାନ୍ତି ଦେଖାଦେଇପାରେ।
ବିଛା: ଶାରିରୀକ ଅସୁସ୍ଥତା ଦେଖାଦେଇପାରେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ଶାନ୍ତି ରହିବ ।
ଧନୁ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ମକର: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଭୋଗ କରିବେ ।
କୁମ୍ଭ: ବକେୟା ଅର୍ଥ ପ୍ରାପ୍ତି ହେବ । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ମଧ୍ୟ ରହିଛି । ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।
ମୀନ: ପରିବାରରେ ଶାନ୍ତିଶୃଙ୍ଖଳା ରହିବ । ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ । ଶାରିରୀକ ଓ ମାନସିକ ଶାନ୍ତି ପାଇବେ ।