୨୦ ମେ’, ଶୁକ୍ରବାର: ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ

ମେଷ: କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବା ସହିତ ମାନସମ୍ମାନ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବୃଷ: ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣ ମନକୁ କଷ୍ଟ ହେବ। ଅଳସୁଆ ପଣ ଦେଖାଦେବ। ଭବିଷ୍ୟତ ପାଇଁ କୌଣସି ଯୋଜନା ପ୍ରସ୍ତୁତ କଲେ, ସେଥିରେ ବାଧାବିଘ୍ନ ଆସିବ। ମିଥୁନ: ସ୍ୱାସ୍ଥ୍ୟରେ ବାଧାବିଘ୍ନ ଘଟିବ। କର୍ମକ୍ଷେତ୍ରରେ କେତେକାଂଶରେ ଆଶ୍ୱସ୍ତି ମିଳିବ। ବ୍ୟବସାୟ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ।ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳାଇବେ। କର୍କଟ: […]

RASI

Tapaswini Nayak
  • Published: Friday, 20 May 2022
  • , Updated: 20 May 2022, 07:53 AM IST

ମେଷ: କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବା ସହିତ ମାନସମ୍ମାନ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ବୃଷ: ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣ ମନକୁ କଷ୍ଟ ହେବ। ଅଳସୁଆ ପଣ ଦେଖାଦେବ। ଭବିଷ୍ୟତ ପାଇଁ କୌଣସି ଯୋଜନା ପ୍ରସ୍ତୁତ କଲେ, ସେଥିରେ ବାଧାବିଘ୍ନ ଆସିବ।

ମିଥୁନ: ସ୍ୱାସ୍ଥ୍ୟରେ ବାଧାବିଘ୍ନ ଘଟିବ। କର୍ମକ୍ଷେତ୍ରରେ କେତେକାଂଶରେ ଆଶ୍ୱସ୍ତି ମିଳିବ। ବ୍ୟବସାୟ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ।ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳାଇବେ।

କର୍କଟ: ଦୂର ବନ୍ଧୁଙ୍କ ସହିତ ମିତ୍ରତା ବୃଦ୍ଧି ହେବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢିବ। ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ।

ସିଂହ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ। ପାରିବାରିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

କନ୍ୟା: ବନ୍ଧୁଙ୍କ ସହିତ ମତଭେଦ ଘଟିବ। ସନ୍ତାନଙ୍କ ସ୍ୱଭାବକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ରହିବେ। ଭବିଷ୍ୟତ ଲାଗି ଉଚ୍ଚଚିନ୍ତା କରିବେ। ଅସହାୟଙ୍କୁ ସାହାଯ୍ୟ କରିବେ।

ତୁଳା: ମନ ଭିତରେ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ। ବହୁ ଦିନର ବନ୍ଧୁଙ୍କ ସହିତ ମିଳନ ହେବ।

ବିଛା: ଆକସ୍ମିକ ଭାବରେ ଧନଲାଭ ହେବ। ବ୍ୟବସାୟରେ ଲାଭ ପାଇପାରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

ଧନୁ: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଚଲାନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ।

କୁମ୍ଭ: ବ୍ୟବସାୟୀମାନଙ୍କର ଅର୍ଥହାନୀ ଘଟିବ। ବେକୟା ଅର୍ଥ ପ୍ରାପ୍ତି ପାଇଁ ବିବାଦ ହେବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ। ମିଡିଆ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ।

ମୀନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଅର୍ଥଲାଭ ମିଳିବ। ଗୁପ୍ତଶତ୍ରୁଙ୍କର କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ଏବଂ ପ୍ରଂଶସିତ ହେବେ।

Related story