୨୪ ମେ’, ମଙ୍ଗଳବାର: ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରୁହନ୍ତୁ

ମେଷ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସୁସମ୍ବାଦ ପ୍ରାପ୍ତି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ବୃଷ: ମାନ-ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବା ଫଳରେ ଶାନ୍ତି ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମିଥୁନ: ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ […]

RASI

RASI

Niharika Rout
  • Published: Tuesday, 24 May 2022
  • Updated: 24 May 2022, 07:51 AM IST

Sports

Latest News

ମେଷ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସୁସମ୍ବାଦ ପ୍ରାପ୍ତି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍।

ବୃଷ: ମାନ-ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବା ଫଳରେ ଶାନ୍ତି ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

ମିଥୁନ: ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍।

କର୍କଟ: ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପୁରାତନ ରୋଗ ପୀଡ଼ାର ଉପଶମ ହେବ। ବ୍ୟବସାୟରେ ଲାଭବାନ୍ ହେବେ ।

ସିଂହ: ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପ୍ରାପ୍ତିହେବ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ ଆଦାୟ ହୋଇ ପାରିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ।

ତୁଳା:  ହସଖୁସିରେ ଦିନଟିକୁ କାଟିବେ। ଅପରାହ୍ନରେ  ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ ସତର୍କ ରୁହନ୍ତୁ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।

ବିଛା: ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। ଶତ୍ରୁମାନେ ପରାଜିତ ହେବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ ବିଜୟୀ ହେବେ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଭୋଗ କରିବେ ।

କୁମ୍ଭ: ବକେୟା ଅର୍ଥ ପ୍ରାପ୍ତି ହେବ । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ମଧ୍ୟ ରହିଛି । ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।

ମୀନ: ପରିବାରରେ ଶାନ୍ତିଶୃଙ୍ଖଳା ରହିବ । ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ । ଶାରିରୀକ ଓ ମାନସିକ ଶାନ୍ତି ପାଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos