୨୭ ମେ’, ବୁଧବାର: ବନ୍ଧୁ ମିତ୍ରଙ୍କଠାରୁ ଉପହାର ପାଇବେ

ମେଷ: ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ଓ ବନ୍ଧୁ ମିତ୍ରଙ୍କଠାରୁ ଉପହାର ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ  । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ବୃଷ: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ । ମିଥୁନ: ଶରୀର […]

RASI

Niharika Rout
  • Published: Friday, 27 May 2022
  • , Updated: 27 May 2022, 07:52 AM IST

ମେଷ: ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ଓ ବନ୍ଧୁ ମିତ୍ରଙ୍କଠାରୁ ଉପହାର ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ  । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ।

ବୃଷ: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ ।

ମିଥୁନ: ଶରୀର ଭଲ ରହିବ, ଶତ୍ରୁ ନାଶ ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ ଓ  ଅଚାନକ ଧନ ପ୍ରାପ୍ତି ହେବ । ପରୀକ୍ଷା, ପ୍ରତିଯୋଗିତା, ମାଲି ମୋକଦ୍ଦମାରେ ବିଜୟୀ ହେବେ ।

କର୍କଟ: ନୂତନ କର୍ମସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି  । ବ୍ୟବସାୟରେ ସଫଳତା ଲାଭ କରିବା ସହ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ।

ସିଂହ: ବନ୍ଧୁ, ମିତ୍ର ଓ ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ  । ବ୍ୟବସାୟରେ ଭଲ ରୋଜଗାର ହେବା ଫଳରେ ଆଶାତୀତ ଲାଭ ପାଇବେ।

କନ୍ୟା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ  । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ପାରିବାରିକ କ୍ଷେତ୍ରରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ତୁଳା: ମନ ଭିତରେ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ। ବହୁ ଦିନର ବନ୍ଧୁଙ୍କ ସହିତ ମିଳନ ହେବ।

ବିଛା: ଆକସ୍ମିକ ଭାବରେ ଧନଲାଭ ହେବ। ବ୍ୟବସାୟରେ ଲାଭ ପାଇପାରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

ଧନୁ: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଚଲାନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ।

କୁମ୍ଭ: ବ୍ୟବସାୟୀମାନଙ୍କର ଅର୍ଥହାନୀ ଘଟିବ। ବେକୟା ଅର୍ଥ ପ୍ରାପ୍ତି ପାଇଁ ବିବାଦ ହେବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ। ମିଡିଆ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ।

ମୀନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଅର୍ଥଲାଭ ମିଳିବ। ଗୁପ୍ତଶତ୍ରୁଙ୍କର କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ଏବଂ ପ୍ରଂଶସିତ ହେବେ।

Related story