୩ ମେ’, ମଙ୍ଗଳବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଆଜିର ଦିନଟି ଶୁଭଫଳ ପ୍ରଦାନ କରିବ। ମହିଳାମାନେ ଧର୍ଯ୍ୟ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ବୃଷ: ଆଜି କମ୍ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। ପରିବାରରେ ସୁଖ-ଶାନ୍ତି ରହିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ। ମିଥୁନ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ।  ନୂତନ ବନ୍ଧୁ […]

RASI

RASI

Tapaswini Nayak
  • Published: Tuesday, 03 May 2022
  • Updated: 03 May 2022, 08:00 AM IST

Sports

Latest News

ମେଷ: ଆଜିର ଦିନଟି ଶୁଭଫଳ ପ୍ରଦାନ କରିବ। ମହିଳାମାନେ ଧର୍ଯ୍ୟ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ।

ବୃଷ: ଆଜି କମ୍ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। ପରିବାରରେ ସୁଖ-ଶାନ୍ତି ରହିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ମିଥୁନ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ।  ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ: ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ: ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ।  ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।

କନ୍ୟା: କ୍ରୋଧ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିପାରେ ।ପାରିବାରିକ ସମସ୍ୟା ଦୂର କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ।

ତୁଳା: ଅତ୍ୟଧିକ କାର୍ଯ୍ୟଭାର ଚାପରେ ବ୍ୟତିବ୍ୟସ୍ତ ହୋଇପଡ଼ିବେ। ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଠିକ୍‌ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।

ବିଛା: ଆତ୍ମବଶ୍ୱାସର ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ଆଗେଇ ନେବେ। ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ।

ଧନୁ: ବକେୟା ପ୍ରାପ୍ୟ ମିଳିବ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ମିଳିବ।

ମକର: ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ।  ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି।

କୁମ୍ଭ: ଆଜି ଆବଶ୍ୟକ ର୍ନିଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବପ୍ରଥମ ସ୍ଥାନ ଦେବେ। ମିତ୍ରମାନଙ୍କ ସହିତ  ସାକ୍ଷାତ ହେବ। ଯାହା ଦ୍ୱାରା ମନ ଆନନ୍ଦ ରହିବ।

ମୀନ: ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos