ମେଷ: ଆଜିର ଦିନଟି ଶୁଭଫଳ ପ୍ରଦାନ କରିବ। ମହିଳାମାନେ ଧର୍ଯ୍ୟ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ।
ବୃଷ: ଆଜି କମ୍ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। ପରିବାରରେ ସୁଖ-ଶାନ୍ତି ରହିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।
ମିଥୁନ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।
କର୍କଟ: ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।
କନ୍ୟା: କ୍ରୋଧ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିପାରେ ।ପାରିବାରିକ ସମସ୍ୟା ଦୂର କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ।
ତୁଳା: ଅତ୍ୟଧିକ କାର୍ଯ୍ୟଭାର ଚାପରେ ବ୍ୟତିବ୍ୟସ୍ତ ହୋଇପଡ଼ିବେ। ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଠିକ୍ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।
ବିଛା: ଆତ୍ମବଶ୍ୱାସର ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ଆଗେଇ ନେବେ। ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ।
ଧନୁ: ବକେୟା ପ୍ରାପ୍ୟ ମିଳିବ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ମିଳିବ।
ମକର: ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି।
କୁମ୍ଭ: ଆଜି ଆବଶ୍ୟକ ର୍ନିଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବପ୍ରଥମ ସ୍ଥାନ ଦେବେ। ମିତ୍ରମାନଙ୍କ ସହିତ ସାକ୍ଷାତ ହେବ। ଯାହା ଦ୍ୱାରା ମନ ଆନନ୍ଦ ରହିବ।
ମୀନ: ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।