୫ ମେ’, ଗୁରୁବାର: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ

ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା, ତାହା ସମାଧାନ ହେବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଭାତୃ ବିବାଦ ଦୂରେଇଯିବ।

ବୃଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସମସ୍ୟା ଦେଖାଦେବ।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ସୁସ୍ୱାଦୁ ଭୋଜନ କରିବେ।

କର୍କଟ: ସ୍ୱାସ୍ଥ୍ୟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ। ବ୍ୟବସାୟୀ ମାନଙ୍କର ବ୍ୟୟଭାବ ଦେଖାଦେବାରୁ ମନରେ ଅସ୍ଥିରତା ବଢିବ। ସନ୍ତାନମାନଙ୍କର କାର୍ଯ୍ୟ କଳାପକୁ ଦେଖି ବାପା ମା’ ଚିନ୍ତାଗ୍ରସ୍ତ ହେବେ।

ସିଂହ: ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ। ବ୍ୟବସାୟରେ ଆୟ ବୃଦ୍ଧି ହେବ। ଅପରାହ୍ନରେ ଖୁସି ଖବର ପ୍ରାପ୍ତିହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କନ୍ୟା: ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହ ଯାଆନ୍ତୁ। ବ୍ୟବସାୟୀ ମାନେ ବ୍ୟବସାୟରେ ସଫଳତା ପାଇବେ।

ତୁଳା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ବିଛା: ପାରିବାରିକ କ୍ଷେତ୍ରରେ ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ  ସାମ୍ନା କରି  କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ଅଗ୍ନି ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରହିବା ଭଲ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସ୍ତ୍ରୀଙ୍କ ସହ ମନୋମାଳିନ ହୋଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ମୀନ: ଆତ୍ମିୟଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ହେବେ। ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯାଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।