Advertisment

୬ ମେ’, ଶୁକ୍ରବାର: ମନ ଭାରାକ୍ରାନ୍ତ ରହିବ

ମେଷ : ଜଗି ରଖି ଚଳନ୍ତୁ । ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରେ । ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ । ବାଣିଜ୍ୟ,  ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ବୃଷ:  ଆପଣ ନିଜ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କାର୍ଯ୍ୟ କରି ପ୍ରଶଂସିତ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇଯିବ । […]

୭ ଜାନୁଆରୀ, ଶୁକ୍ରବାର: ସହକର୍ମୀ ଈର୍ଷାନ୍ୱିତ ହେବେ

RASI

Advertisment

ମେଷ : ଜଗି ରଖି ଚଳନ୍ତୁ । ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରେ । ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ । ବାଣିଜ୍ୟ,  ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ ।

Advertisment

ବୃଷ:  ଆପଣ ନିଜ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କାର୍ଯ୍ୟ କରି ପ୍ରଶଂସିତ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇଯିବ ।

ମିଥୁନ:ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ।

Advertisment

କର୍କଟ:ଆଜି ହସ ଖୁସିରେ ଦିନଟି କାଟିବେ । କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି । ବୁଦ୍ଧି ବିବେକ ଓ ଜ୍ଞାନ ବଳରେ ପୂର୍ବ ସମସ୍ୟାର ସରଳ ସମାଧନ କରିବେ ।

ସିଂହ:ଆଜି  ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। କୌଣସି ଶୁଭଖବର ପାଇ ଖୁସି ହେବେ । ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ ।

କନ୍ୟା: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା: କର୍ମକ୍ଷେତ୍ରରେ ଚାଲିଥିବା ବାଦବିବାଦର ସମାଧାନ ହୋଇଯିବ। ସୁଖାଦ୍ୟ ଭୋଜନ ସହ ବନ୍ଧୁ ମିଳନ ହୋଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।

ବିଛା: ସମସ୍ତ କାର୍ଯ୍ୟରେ ସହଯୋଗ ପାଇ ଆଗକୁ ବଢିବେ । ବ୍ୟବସାୟରେ ଭଲ ଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି।

ଧନୁ: କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ। ସତର୍କ ରୁହନ୍ତୁ। ଶତ୍ରୁମାନେ ପରାଜିତ ହେବେ। ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ।

ମକର: ବ୍ୟବସାୟରେ ଭଲ ଲାଭ ହେବ। ମନ ପ୍ରସନ୍ନ ରହିବା ଦ୍ୱାରା ଶାରିରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ। ପାରିବାରିକ ଶାନ୍ତି ପାଇବେ ।

କୁମ୍ଭ:ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ।  ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ  ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ ।

ମୀନ :  ଆଜି ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ଫଳରେ କାମ ପ୍ରତି ସ୍ପୃହା ରହିବ ନାହିଁ ।  କର୍ମକ୍ଷେତ୍ରରେ କୈାଣସି ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ । ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe