୭ ମେ’, ଶନିବାର: ପାରିବାରିକ ଜୀବନ ସୁଖ ପ୍ରଦ ହେବ

ମେଷ: ଆଜିର ପାରିବାରିକ ଜୀବନ ସୁଖ ପ୍ରଦ ହେବ। ଅଟକି ରହିଥିବା କାମ ଗୁଡିକ କରିବାକୁ ଅଗ୍ରସର ହେବେ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ବୃଷ: ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବ। ପରିବାର ପାଇଁ  କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ। ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ମାଲି ମକଦ୍ଦମାରେ […]

RASI

Tapaswini Nayak
  • Published: Saturday, 07 May 2022
  • , Updated: 07 May 2022, 07:54 AM IST

ମେଷ: ଆଜିର ପାରିବାରିକ ଜୀବନ ସୁଖ ପ୍ରଦ ହେବ। ଅଟକି ରହିଥିବା କାମ ଗୁଡିକ କରିବାକୁ ଅଗ୍ରସର ହେବେ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ।

ବୃଷ: ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବ। ପରିବାର ପାଇଁ  କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ମାଲି ମକଦ୍ଦମାରେ ବିଜୟୀ ହେବେ।

କର୍କଟ: ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ବହୁ ଦିନର ଆଶା ଓ ଅଭିଳାଷ ପୂରଣ ହେବ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ।

ସିଂହ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବିଭିନ୍ନ ସୂତ୍ରରୁ  ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ।

କନ୍ୟା: ମନ ପ୍ରଫୁଲ୍ଲିତ ରହିବ। ପରିବାରରେ ଭୁଲ୍ ବୁଝାମଣା ଅଶାନ୍ତି ଦେଖାଦେଇପାରେ। ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।

ତୁଳା:  ହସଖୁସିରେ ଦିନଟିକୁ କାଟିବେ। ଅପରାହ୍ନରେ  ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ ସତର୍କ ରୁହନ୍ତୁ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।

ବିଛା: ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। ଶତ୍ରୁମାନେ ପରାଜିତ ହେବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ ବିଜୟୀ ହେବେ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ। ପୁରାତନ ରୋଗର ଉପଶମ ହେବ। କାହା ସହିତ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ କିଛି ସୁବିଧା ସୁଯୋଗରୁ ବଞ୍ଚିତ ହୋଇପାରନ୍ତି। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

Related story