୮ମେ’, ରବିବାର: ବହୁ ଦିନର ଆଶା ପୂରଣ ହେବ

ମେଷ: ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ। ବୃଷ: ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହେବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ। ମିଥୁନ: ଶାରୀରିକ ପୀଡ଼ା ଅନୁଭବ ହୋଇପାରେ। ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ। କର୍କଟ:  ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା […]

RASI

Tapaswini Nayak
  • Published: Sunday, 08 May 2022
  • , Updated: 08 May 2022, 07:40 AM IST

ମେଷ: ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ।

ବୃଷ: ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହେବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ।

ମିଥୁନ: ଶାରୀରିକ ପୀଡ଼ା ଅନୁଭବ ହୋଇପାରେ। ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ।

କର୍କଟ:  ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ଦୂର ହୋଇଯିବ।

ସିଂହ:  ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କୌଣସି ଶୁଭ ଖବର ଶୁଣିପାରନ୍ତି।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ। ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ।

ତୁଳା: ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

ବିଛା: କୌଣସି ଆନୁଷ୍ଠାନିକ କାର୍ଯ୍ୟ ଯୋଗଦାନ କରି ପ୍ରଶଂସିତ ହେବେ। ସାହାଯ୍ୟ ସହଯୋଗର ପାଇ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।

ଧନୁ:  ଜଗିରଖି ଚଳନ୍ତୁ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ।

ମକର: ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

କୁମ୍ଭ: କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବହୁ ଦିନର ଆଶା ପୂରଣ ହେବ।

ମୀନ: ଆଶା ଆଶଙ୍କା ଦେଇ ଗତି କରିବେ। ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ। ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ।

 

Related story