୯ ମେ’, ସୋମବାର: ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ

 ମେଷ : ଆଜି କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ।  ସମସ୍ତ ଦିଗରେ ସଫଳତା ହାସଲ କରିବେ  । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ ଏବଂ ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।  ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ, ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ । ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ […]

RASI

RASI

Niharika Rout
  • Published: Monday, 09 May 2022
  • Updated: 09 May 2022, 07:59 AM IST

Sports

Latest News

 ମେଷ : ଆଜି କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ।  ସମସ୍ତ ଦିଗରେ ସଫଳତା ହାସଲ କରିବେ  । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ ଏବଂ ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।

 ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ, ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ । ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ବ୍ୟବସାୟରେ ଆର୍ଥିକ  ଲାଭ ହେବ । ମଧ୍ୟାହ୍ନ ପରେ ଭାବି ଚିନ୍ତି କାର୍ଯ୍ୟ କଲେ ସୁଫଳ ପାଇବେ  ।

 ମିଥୁନ :  ଆଜିର ଦିନ ଲାଭଦାୟୀ ହେବ । ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ, ଗୁରୁଜନମାନଙ୍କ ସ୍ନେହ ଆର୍ଶୀବାଦ ଲାଭ କରିବେ । କୌଣସି ସାମାଜିକ କାର୍ଯ୍ୟରେ  ଯୋଗଦେବାକୁ ପଡ଼ିପାରେ ।

କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଆଦାନ ପ୍ରଦାନ କରି  ଲାଭ ପାଇବେ। ପିତାମାତାଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ ।

ସିଂହ: କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା:  ହସଖୁସିରେ ଦିନଟିକୁ କାଟିବେ। ଅପରାହ୍ନରେ  ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ, ସତର୍କ ରୁହନ୍ତୁ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।

ବିଛା: ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। ଶତ୍ରୁମାନେ ପରାଜିତ ହେବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ ବିଜୟୀ ହେବେ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଆଜି  ପାରିବାରିକ ଜୀବନ ସୁଖପ୍ରଦ ହେବ । ଭାତୃ ସମ୍ପର୍କ ସୁଦୃଢ ହେବ, ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ । ଦୂର ଯାତ୍ରା କରିବାକୁ ପଡିପାରେ, ଯାତ୍ରାରେ ସଫଳତା ମିଳିବ ।

 କୁମ୍ଭ : ଆଜି କର୍ମକ୍ଷେତ୍ରରେ  ମାନ-ସମ୍ମାନ ପ୍ରାପ୍ତ ହେବ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ।  ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ, ବିଦ୍ୟାର୍ଥୀମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।

  ମୀନ : ଆଜିର ଦିନ ଶୁଭ ଫଳଦାୟୀ ହେବ ` ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ। ଉତ୍ସାହିତ ରହିବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos