Advertisment

ସନ୍ଧ୍ୟା ପରେ କରନ୍ତୁନି ଏପରି କାମ; ନଚେତ ପଡ଼ିବ ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି

ସୂର୍ଯ୍ୟ ଗଡ଼ିଲେ ବା ସନ୍ଧ୍ୟା ହେଲେ କେବେ ବି କରନ୍ତୁ ନାହିଁ ଏପରି ଭୁଲ । ନଚେତ ହୋଇଯିବେ କାଙ୍ଗାଳ । ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ଶିକାର ହେବେ । ଆଉ ଘରୁ ହଜିଯିବ ସୁଖଶାନ୍ତି।

author-image
Niharika Rout
Brooming in house

Brooming in house

ସୂର୍ଯ୍ୟ ଗଡ଼ିଲେ ବା ସନ୍ଧ୍ୟା ପରେ କେବେ ବି କରନ୍ତୁ ନାହିଁ ଏପରି ଭୁଲ । ନଚେତ ହୋଇଯିବେ କାଙ୍ଗାଳ । ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ଶିକାର ହେବେ । ଆଉ ଘରୁ ହଜିଯିବ ସୁଖଶାନ୍ତି।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ଗଡ଼ିବା ବେଳେ କେବେ ବି ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିସହ ଅଳିଆକୁ ବି କେବେ ଘର ବାହାରକୁ ପକାଇବା ନିମନ୍ତେ ନିଅନ୍ତୁ ନାହିଁ। ଏପରି ହେଲେ ମା’ ଲକ୍ଷ୍ମୀଙ୍କ ରୋଷର ଶିକାର ହେବାକୁ ପଡ଼ିଥାଏ ।

ମା’ ଲକ୍ଷ୍ମୀଙ୍କ ଉପାସନା ଯେତେ କଲେବି ଆର୍ଥିକ ଦୁର୍ଗତି ପିଛା ଛାଡ଼ି ନ ଥାଏ । ସବୁବେଳେ ଅଭାବ, ଅସୁବିଧା ଲାଗି ରହେ । ତେଣୁ କେବେ ବି ଏପରି ଭୁଲ କରନ୍ତୁ ନାହିଁ। ଘରୁ ସୁଖ ଶାନ୍ତି ଦୂରେଇବା ସହ ଅଶାନ୍ତି ଲାଗିଥାଏ।

Advertisment

କୌଣସି କାରଣବଶତଃ ଆପଣଙ୍କୁ ସନ୍ଧ୍ୟା ପରେ ଝାଡ଼ୁ କରିବାକୁ ପଡ଼ିଲେ ଅଳିଆ ବାହାରକୁ ନିଅନ୍ତୁ ନାହିଁ। ଅଳିଆ ପର ଦିନ ସକାଳେ ବାହାରେ ପକାଇ ପାରନ୍ତି। ନଚେତ ଏପରି ଘରେ କେବେ ବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ତେଣୁ ସବୁବେଳେ ସକାଳେ ହିଁ ଘର ଝାଡ଼ୁ କରିବା ସହ ପୋଛାପୋଛି କାମ କରି ଦିଅନ୍ତୁ। ଏହାପରେ ଠାକୁରଙ୍କୁ ସନ୍ଧ୍ୟା ଦେବା ପୂର୍ବରୁ ହିଁ ଏହି କାମ ସାରି ଦିଅନ୍ତୁ। ସନ୍ଧ୍ୟା ଦେଇ ସାରିବା ପରେ କେବେ ବି ଏପରି ଭୁଲ୍‌ କରନ୍ତୁ ନାହିଁ।

Vastu Tips