ଜୋତା, ଚପଲକୁ ଘରେ ଏଣେତେଣେ ରଖୁଛନ୍ତି କି; ମାଡ଼ି ଆସିବ ଆର୍ଥିକ ଦୁର୍ଗତି

ଜୋତା, ଚପଲକୁ ଠିକ୍‌ ଦିଗରେ ନ ରଖିଲେ ମାଡ଼ି ଆସେ ବିପଦ । ସବୁବେଳେ ଲାଗି ରହେ ଆର୍ଥିକ ଅନଟନ ।

Representational Image

  • Published: Thursday, 08 February 2024
  • , Updated: 08 February 2024, 10:04 AM IST

ଆମେମାନେ ସାଧାରଣତଃ ଘରେ ମନଇଚ୍ଛା ଜୋତା, ଚପଲକୁ ରଖି ଦେଇଥାଉ। ତାହା ଘରେ ଏଣେତେଣେ ପଡ଼ିଥାଏ। ହେଲେ ଆପଣ ଜାଣିଛନ୍ତି କି ଜୋତା, ଚପଲକୁ ଠିକ୍‌ ଦିଗରେ ନ ରଖିଲେ ମାଡ଼ି ଆସେ ବିପଦ । ସବୁବେଳେ ଲାଗି ରହେ ଆର୍ଥିକ ଅନଟନ ।

ଘରେ ସମସ୍ତେ ଏହାକୁ ହାଲକା ଭାବେ ନେଇଥାନ୍ତି। ସେମାନେ କିଛି ନ ଭାବି ଯେକୌଣସି ଦିଗରେ ବି ତାହାକୁ ରଖି ଦେଇଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିଥାଏ।

ତେଣୁ ଜୋତା, ଚପଲକୁ ଘରର ଦକ୍ଷିଣ - ପଶ୍ଚିମ କୋଣରେ ରଖନ୍ତୁ । ଏହି ଦିଗ ପୃଥିବୀ ତତ୍ତ୍ୱ ସହ ସମ୍ବନ୍ଧିତ ଥିବାରୁ ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।

ମାତ୍ର ଜୋତା, ଚପଲକୁ କେବେ ବି ଘରର ଉତ୍ତର- ପୂର୍ବ ଦିଗରେ ରଖନ୍ତୁ ନାହିଁ । କାରଣ ପ୍ରାର୍ଥନା ନିମନ୍ତେ ଘରର ଏହି ଦିଗକୁ ସବୁଠୁ ପବିତ୍ର ବୋଲି ବିବେଚନା କରାଯାଇଥାଏ।

ଘରେ ଜୋତା-ଚପଲ ରାକ୍‌କୁ କେବେ ବି ରୋଷେଇ ଘର କିମ୍ବା ପୂଜା ଘର କାନ୍ଥରେ ଲଗାଇ ରଖନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଶରୀର ଅସୁସ୍ଥ ରହିବା ସହ ଆର୍ଥିକ ଅନଟନ ବି ପିଛା ଛାଡ଼େ ନାହିଁ।

Related story