Advertisment

ଉତ୍ତର ନା ଦକ୍ଷିଣ, ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ?

ଘରେ ଦୀପ ଜାଳିବାକୁ ଖୁବ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି। ଘରେ ପଜିଟିଭ ଏନର୍ଜୀ ଖେଳି ଯାଇଥାଏ।

light-diya-lamp in house

light-diya-lamp in house

Advertisment

ଘରେ ଦୀପ ଜାଳିବାକୁ ଖୁବ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି। ଘରେ ପଜିଟିଭ ଏନର୍ଜୀ ଖେଳି ଯାଇଥାଏ।

Advertisment

ମାତ୍ର ଘରେ ଦୀପ ଜାଳିବା ପୂର୍ବରୁ କିଛି ନିୟମ ମାନି ରଖନ୍ତୁ। କାରଣ ଘରର ଯେକୌଣସି କୋଣରେ ଦୀପ ଜାଳିଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳି ନ ଥାଏ। ଏହାଦ୍ୱାରା ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଘରୁ ସୁଖ ଶାନ୍ତି ହଜିଯିବା ସହ ପରିବାରରରେ ସବୁବେଳେ ଅଶାନ୍ତି ଲାଗି ରୁହେ।

ତେଣୁ ଆସନ୍ତୁ ଜାଣିବା ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ ?

କେବେ ବି ଘରର ଦକ୍ଷିଣ କୋଣରେ ଜଳୁଥିବା ଦୀପକୁ ରଖନ୍ତୁ ନାହିଁ। ଏହା ବହୁ ସମସ୍ୟାର ଆରମ୍ଭ ବୋଲି ଜାଣି ରଖନ୍ତୁ। କାରଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଶ ଦିଗର ସମ୍ପର୍କ ଯମ ରାଜଙ୍କ ସହ ରହିଛି।

Advertisment

ତେଣୁ ଘରର ଦକ୍ଷିଣ କୋଣରେ କେବେ ବି ଜଳୁଥିବା ଦୀପ ରଖନ୍ତୁ ନାହିଁ ବା ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ ନାହିଁ।

ସବୁବେଳେ ଘରର ଉତ୍ତର ଦିଗରେ ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ। କାରଣ ଏହି ଦିଗର ସମ୍ବନ୍ଧ ଧନ ଦେବତା କୁବେରଙ୍କ ସହ ରହିଛି। ଏହାଦ୍ୱାରା ଆପଣଙ୍କୁ କେବେ ଅର୍ଥର ସଙ୍କଟ ଅନୁଭବ ହେବନି। ଘରେ ସବୁବେଳେ ସୁଖଶାନ୍ତି ବିରାଜମାନ ରହିବ ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe