Advertisment

ସକାଳୁ ଉଠି ଏହି ସବୁ ଜିନିଷ ଦେଖିବା ହୋଇଥାଏ ଅଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଦିନର ଆରମ୍ଭ ଭଲ ହୋଇଥାଏ, ତାହାଲେ ପୁରା ଦିନ ମଧ୍ୟ ଭଲରେ କଟିଥାଏ। ଯଦି କିଛି ଖରାପ୍‌ ବା ଭୁଲ୍‌ ଜିନିଷ ଆମେ ଦେଖି ଦେଇଥାଉ ତାହାଲେ ଆମ ମନରେ ତାହା ଦିନ ସାରା ଆନ୍ଦୋଳିତ ହେଉଥାଏ। ଆଉ ଏଥିପାଇଁ ପୂରା ଦିନ ମଧ୍ୟ ଖରାପରେ କଟିବ ବୋଲି ଶଙ୍କା ସୃଷ୍ଟି ହୋଇଥାଏ। ଆମେ ଏହି କଥା ମଧ୍ୟ ଶୁଣିଥାଉ ଯେ, ଯଦି ଦିନରେ କିଛି ଖରାପ ହୋଇଥାଏ, ତାହାଲେ ଘରର ବୟସ୍କମାନେ […]

ସକାଳୁ ଉଠି ଏହି ସବୁ ଜିନିଷ ଦେଖିବା ହୋଇଥାଏ ଅଶୁଭ

z22

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଦିନର ଆରମ୍ଭ ଭଲ ହୋଇଥାଏ, ତାହାଲେ ପୁରା ଦିନ ମଧ୍ୟ ଭଲରେ କଟିଥାଏ। ଯଦି କିଛି ଖରାପ୍‌ ବା ଭୁଲ୍‌ ଜିନିଷ ଆମେ ଦେଖି ଦେଇଥାଉ ତାହାଲେ ଆମ ମନରେ ତାହା ଦିନ ସାରା ଆନ୍ଦୋଳିତ ହେଉଥାଏ। ଆଉ ଏଥିପାଇଁ ପୂରା ଦିନ ମଧ୍ୟ ଖରାପରେ କଟିବ ବୋଲି ଶଙ୍କା ସୃଷ୍ଟି ହୋଇଥାଏ।

Advertisment

ଆମେ ଏହି କଥା ମଧ୍ୟ ଶୁଣିଥାଉ ଯେ, ଯଦି ଦିନରେ କିଛି ଖରାପ ହୋଇଥାଏ, ତାହାଲେ ଘରର ବୟସ୍କମାନେ ପଚାରନ୍ତି, ସକାଳୁ ଉଠି କାହାକୁ ଦେଖିଥିଲୁ କି ? ତେବେ ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ ସବୁ ଜିନିଷ ଦେଖିଲେ ଆମ ଦିନ ଖରାପରେ କଟିପାରେ ବା ତାହା ଆମ ପାଇଁ ଅଶୁଭ ହୋଇପାରେ।

publive-image

-କିଛି ଲୋକଙ୍କର ସକାଳୁ ଉଠି ଆଇନା ଦେଖିବାର ଅଭ୍ୟାସ ଥାଏ। ତେଣୁ ଏହା କରିବାକୁ ଅଶୁଭ ବୋଲି ଧରାଯାଏ।

Advertisment

-ସକାଳୁ ଉଠି ଛାଇ ଦେଖିବା ମଧ୍ୟ ଖରାପ ହୋଇଥାଏ। ତାହା ଆପଣଙ୍କ ନିଜ ଛାଇ ହେଉ ବା ଅନ୍ୟ କାହାର, ସକାଳୁ ଉଠି ଏହା ଦେଖିବା ଖରାପ ହୋଇଥାଏ।

-ସକାଳୁ ଉଠିଲେ ଆପଣ ଯଦି ଘର ବାହାରେ କୁକୁର ପଲ ଭୁକୁଥିବାର ଦେଖୁଛନ୍ତି, ତାହାଲେ ଏହା ମଧ୍ୟ ଆପଣଙ୍କ ଦିନକୁ ଖରାପ କରିପାରେ। ଏହାକୁ ଅଶୁଭ ବୋଲି ଧରାଯାଏ।

-ଏହା ସହ ସକାଳୁ ଉଠି କୌଣସି ପଶୁଙ୍କ ଫଟୋ ଦେଖିବା ଖରାପ ହୋଇଥାଏ। କୁହାଯାଏ ଏଥିପାଇଁ ଦିନସାରା ଝଗଡ଼ା ଏବଂ କ୍ଷତି ହେବାର ସମ୍ଭାବନା ଥାଏ। ଏଥିପାଇଁ ଆପଣଙ୍କ ଘରେ ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ।

-ସକାଳୁ ଉଠି ତେଲ ହୋଇଥିବା ବାସନ ମଧ୍ୟ ଦେଖିବା ଖରାପ ହୋଇଥାଏ। ତେଣୁ ଆପଣ ସମ୍ଭବତଃ ତେଲ ହୋଇଥିବା ଅଇଁଠା ବାସନ ଦୂରରେ ରଖନ୍ତୁ। ଯେପରି ସକାଳୁ ଉଠିଲେ ଆପଣଙ୍କ ନଜର ସେହି ବାସନରେ ପଡ଼ିବନାହିଁ।

-ସକାଳୁ ଉଠି ସେହିଭଳି ଫଟୋ ଦେଖନ୍ତୁ ଯାହା ଆପଣଙ୍କ ମନରେ ସକରାତ୍ମକ ପ୍ରଭାବ ପକାଇବ। ଯେପରିକି ନଡ଼ିଆ, ମୟୁର, ହଂସ, ଫୁଲ ଇତ୍ୟାଦି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe