Advertisment

ଶ୍ରାବଣ ମାସରେ ପିନ୍ଧନ୍ତୁନି ଏହି ରଙ୍ଗର ପୋଷାକ; କୋପ କରିବେ ମହାଦେବ

ଯଦି କୌଣସି ବ୍ୟକ୍ତି ଏହି ମାସରେ ନିଷ୍ଠାର ସହ ଶିବଙ୍କୁ ପୂଜା ଅରାଧନା କରେ ତାହାର ମନୋସ୍କାମନା ପୂରଣ ହୋଇଥାଏ।

Lord shiva

Lord shiva

Advertisment

ଆମେ ଓଡ଼ିଆମାନେ ବାରମାସରେ ତେର ପର୍ବ ପାଳନ କରିଥାଉ। ତା’ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଦେବ ଦେବ ମହାଦେବଙ୍କର ଶ୍ରାବଣ ମାସ ଅତି ପ୍ରିୟ ମାସ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ ନିଷ୍ଠାର ସହ ଶିବଙ୍କୁ ପୂଜା ଅରାଧନା କରେ ତାହାର ମନୋସ୍କାମନା ପୂରଣ ହୋଇଥାଏ।

Advertisment

ସବୁଠାରୁ ଖାସ୍‌ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ ଉପରେ କିଛି ନୀତିନିୟମ ରହିଛି ଠିକ୍‌ ସେମିତି ଆମେ ପିନ୍ଧୁଥିବା ପୋଷାକକୁ ନେଇ ମଧ୍ୟ କିଛିଟା ବିଧି ରହିଛି। ଯଦି ଆପଣ ଏହି ପୋଷାକ ପରିଧାନକୁ ନେଇ ଥିବା ନୀତିନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭୋଳା ବାବା କୋପ କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଅନୁଚିତ୍।

ଶ୍ରାବଣ ମାସରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳା ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କଲେ ମହାଦେବ କୋପ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କଳା ରଙ୍ଗ ଶନି ଦେବଙ୍କର ବ୍ୟତୀତ ସମସ୍ତ ଦେବତାଙ୍କ ପାଇଁ ଅପ୍ରୀତିକର ବୋଲି ବିବେଚନା କରାଯାଏ। ଏଥିପାଇଁ କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର ପୋଷକ ପିନ୍ଧା ଯାଇନଥାଏ ।

Advertisment

 ଶ୍ରାବଣ ମାସରେ ମହିଳାମାନେ ନୀଳ ରଙ୍ଗର ଚୁଡ଼ି ପିନ୍ଧିଲେ ଶୁଭ ମନାଯାଇଥାଏ । ଏହହିମାସରେ ମହିଳାମାନେ ନୀଳ ରଙ୍ଗ ଚୁଡ଼ି ପିନ୍ଧିଲେ ସ୍ୱାମୀଙ୍କର ଆୟୂଷ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe