Advertisment

ଘରୁ ସୁଖଶାନ୍ତି ହଜି ଯାଇଛି କି? ବ୍ୟବହାର କରନ୍ତୁ କର୍ପୁର

ଘରେ ସବୁବେଳେ ସୁଖଶାନ୍ତି ବିରାଜମାନ କରୁ ବୋଲି ସମସ୍ତେ କାମନା କରିଥା’ନ୍ତି। ହେଲେ ବହୁ ପ୍ରଚେଷ୍ଟା ସତ୍ତ୍ୱେ ବେଳେବେଳେ ଏପରି ସ୍ଥିତି ଉପୁଜେ, ଯାହା ଦ୍ୱାରା ଘରର ଶାନ୍ତି ଭଙ୍ଗ ହୁଏ। ଏପରି ସ୍ଥିତି ଘରର ବାସ୍ତୁ ଦୋଷ ଯୋଗୁ ମଧ୍ୟ ସୃଷ୍ଟି ହୋଇପାରେ। ଘରର ବାସ୍ତୁ ଦୋଷ ଦୂର କରିବାକୁ ଲୋକ ବହୁ ଚେଷ୍ଟା କରିଥା’ନ୍ତି। ଏଥିପାଇଁ ବିଭିନ୍ନ ଉପାୟ ଅବଳମ୍ବନ କରନ୍ତି। ଏଥିରୁ କେତେବେଳେ ସୁଫଳ ମିଳିଥାଏ ତ କେତେବେଳେ ନିରାଶ ହେବାକୁ ପଡ଼ିଥାଏ। […]

ଅଦ୍ୟତନ ହୋଇଛି
ଘରୁ ସୁଖଶାନ୍ତି ହଜି ଯାଇଛି କି? ବ୍ୟବହାର କରନ୍ତୁ କର୍ପୁର

Camphor

Advertisment

ଘରେ ସବୁବେଳେ ସୁଖଶାନ୍ତି ବିରାଜମାନ କରୁ ବୋଲି ସମସ୍ତେ କାମନା କରିଥା’ନ୍ତି। ହେଲେ ବହୁ ପ୍ରଚେଷ୍ଟା ସତ୍ତ୍ୱେ ବେଳେବେଳେ ଏପରି ସ୍ଥିତି ଉପୁଜେ, ଯାହା ଦ୍ୱାରା ଘରର ଶାନ୍ତି ଭଙ୍ଗ ହୁଏ। ଏପରି ସ୍ଥିତି ଘରର ବାସ୍ତୁ ଦୋଷ ଯୋଗୁ ମଧ୍ୟ ସୃଷ୍ଟି ହୋଇପାରେ।

Advertisment

ଘରର ବାସ୍ତୁ ଦୋଷ ଦୂର କରିବାକୁ ଲୋକ ବହୁ ଚେଷ୍ଟା କରିଥା’ନ୍ତି। ଏଥିପାଇଁ ବିଭିନ୍ନ ଉପାୟ ଅବଳମ୍ବନ କରନ୍ତି। ଏଥିରୁ କେତେବେଳେ ସୁଫଳ ମିଳିଥାଏ ତ କେତେବେଳେ ନିରାଶ ହେବାକୁ ପଡ଼ିଥାଏ। ହେଲେ ଜାଣିଛନ୍ତି,  ଖଣ୍ଡେ କର୍ପୁର ଘରୁ ବାସ୍ତୁ ଦୋଷ ଦୂର କରିପାରେ।

କର୍ପୁରର ବ୍ୟବହାର ଦ୍ୱାରା ଘର ସକାରାତ୍ମକ ଶକ୍ତି ଭରି ଯାଇଥାଏ । ଏଥିପାଇଁ ଆପଣ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଘରେ ଦେଶୀ ଘିଅରେ କର୍ପୁର ରଖି ତାକୁ ଜାଳନ୍ତୁ । ଏହାକୁ ଘରର ଚାରିପଟେ ବୁଲାଇଲେ ଘରେ ସୁଖଶାନ୍ତି ବିରାଜମାନ କରିଥାଏ।

Advertisment

କର୍ପୁରର ବ୍ୟବହାର ଦ୍ୱାରା ଘରେ ମା’ ଲଷ୍ମୀଙ୍କ କୃପା ବଜାୟ ରହେ ବୋଲି କୁହାଯାଏ। ଏଥିପାଇଁ ଆପଣ କର୍ପୁର ଓ ଲବଙ୍ଗର ବ୍ୟବହାର କରିପାରିବେ। ସବୁଦିନ ରାତିରେ ରୋଷେଇ ଘର କାମ ସରିବାପରେ ଏକ ପାତ୍ରରେ କର୍ପୁର ଓ ଲବଙ୍ଗକୁ ନେଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରର ଭଣ୍ଡାର କେବେବି ଖାଲି ରହିବ ନାହିଁ।

ବହୁ ସମୟରେ ଚାକିରି ଖଣ୍ଡେ ପାଇବାକୁ ଅନେକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରିକି ବେଳେବେଳେ ହୋଇଆସୁଥିବା କାମ ହାତରୁ ଖସି ଯାଇଥାଏ। ଏପରି ସ୍ଥିତିରୁ ମୁକୁଳିବାକୁ ଆପଣ କର୍ପୁରର ବ୍ୟବହାର କରିପାରିବେ। ଆପଣ କର୍ପୁର ଓ ଲବଙ୍ଗକୁ ଏକ ପାତ୍ରରେ ନେଇ ଅଗ୍ନି ସଂଯୋଗ କରି ପୂରା ଘରେ ବୁଲାଇ ପାରିବେ। କିଛି ଦିନ ପରେ ଆପଣ ଫରକ ଅନୁଭବ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe