Advertisment

ଘରର ପ୍ରଗତିରେ ସନ୍ତୁଷ୍ଟ ନାହାନ୍ତି, ଲଗାଇ ଦେଖନ୍ତୁ ୭ଟି ଘୋଡ଼ାର ଚିତ୍ର

ଯଦି କ୍ୟାରିୟର ଗଢ଼ିବାକୁ ଶତ ଚେଷ୍ଟା ସତ୍ତ୍ୱେ ଆପଣ ଆଶା ମୁତାବକ ସଫଳତା ପାଇପାରୁ ନାହାନ୍ତି, ତେବେ ନିହାତି ଭାବେ କିଛି ବାସ୍ତୁ ଦୋଷ ଥିବାର ଅନୁମାନ କରାଯାଇପାରେ । ଏପରି ସ୍ଥିତିରୁ ମୁକୁଳିବାକୁ ଓ  ଆଗକୁ ବଢ଼ିବାକୁ ପ୍ରେରଣା ପାଇବା ନିମନ୍ତେ ଆପଣ ଘର କାନ୍ଥରେ ୭ଟି ଧଳା ଘୋଡା ଦୌଡ଼ୁଥିବାର ଚିତ୍ର ଲଗାଇ ପାରନ୍ତି।  ଘୋଡା ହେଉଛି ଶକ୍ତିର ପ୍ରତୀକ । ଘୋଡାର ଚିତ୍ର ଦେଖିବା ମାତ୍ରେ  ଆଳସ୍ୟପଣ  ଦୂର ହୁଏ ଏବଂ ଅନ୍ତର୍ନିହିତ […]

author-image
Niharika Rout
ଘରର ପ୍ରଗତିରେ ସନ୍ତୁଷ୍ଟ ନାହାନ୍ତି, ଲଗାଇ ଦେଖନ୍ତୁ ୭ଟି ଘୋଡ଼ାର ଚିତ୍ର

horse

ଯଦି କ୍ୟାରିୟର ଗଢ଼ିବାକୁ ଶତ ଚେଷ୍ଟା ସତ୍ତ୍ୱେ ଆପଣ ଆଶା ମୁତାବକ ସଫଳତା ପାଇପାରୁ ନାହାନ୍ତି, ତେବେ ନିହାତି ଭାବେ କିଛି ବାସ୍ତୁ ଦୋଷ ଥିବାର ଅନୁମାନ କରାଯାଇପାରେ । ଏପରି ସ୍ଥିତିରୁ ମୁକୁଳିବାକୁ ଓ  ଆଗକୁ ବଢ଼ିବାକୁ ପ୍ରେରଣା ପାଇବା ନିମନ୍ତେ ଆପଣ ଘର କାନ୍ଥରେ ୭ଟି ଧଳା ଘୋଡା ଦୌଡ଼ୁଥିବାର ଚିତ୍ର ଲଗାଇ ପାରନ୍ତି।  ଘୋଡା ହେଉଛି ଶକ୍ତିର ପ୍ରତୀକ । ଘୋଡାର ଚିତ୍ର ଦେଖିବା ମାତ୍ରେ  ଆଳସ୍ୟପଣ  ଦୂର ହୁଏ ଏବଂ ଅନ୍ତର୍ନିହିତ ଶକ୍ତି ଜାଗ୍ରତ ହୁଏ। କିନ୍ତୁ ମନେରଖନ୍ତୁ ଯେ ଚିତ୍ରରେ ଘୋଡା ଦୌଡ଼ୁଥିବା ଆବଶ୍ୟକ ।

Advertisment

ଯଦି ଘରେ ଆପଣ ଲଗାଇଥିବା ଚିତ୍ରରେ ଗୋଟିଏ ବଦଳରେ ୭ଟି ଘୋଡା ଥିବ ତେବେ ଏହା ଆହୁରି ଅଧିକ ଭଲ । ସାତ ସଂଖ୍ୟାକୁ ଶାସ୍ତ୍ରରେ ଶୁଭତାର ପ୍ରତୀକ ଭାବରେ ବିବେଚନା କରାଯାଏ |  ସୂର୍ଯ୍ୟ ଭଗବାନଙ୍କ ରଥରେ ସାତୋଟି ଘୋଡା ଅଛି ଯାହା ସର୍ବଦା ଗତିଶୀଳ ମନେହୁଏ। ଇନ୍ଦ୍ରଧନୁର ୭ଟି ରଙ୍ଗ ଥିବା ବେଳେ  ବିବାହରେ ସାତ ଫେରା ନିଆଯାଇଥାଏ। ତେଣୁ ୭କୁ  ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ।   ସମୁଦ୍ର କୂଳରେ  ଦୌଡ଼ୁଥିବା ସାତୋଟି ଘୋଡାର ଚିତ୍ର ରଖିବା ଆପଣଙ୍କ ଜୀବନରେ ସକରାତ୍ମକ ଉର୍ଜା ଭରି ଦେଇଥାଏ ଏବଂ ଆପଣଙ୍କ କାର୍ଯ୍ୟର ଗତିକୁ ବଢ଼ାଇ ଦେଇଥାଏ । ଘର ସହିତ, ଆପଣ ଏହି ଚିତ୍ରକୁ ଆପଣଙ୍କ ଅଫିସରେ ମଧ୍ୟ ରଖିପାରିବେ | ଏହା ଆପଣଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |

ଏବେ ଜାଣି ରଖନ୍ତୁ, କେଉଁ ଦିଗରେ ଘୋଡାମାନଙ୍କର ଚିତ୍ର ରଖିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘୋଡା ଚିତ୍ର ପାଇଁ ଦକ୍ଷିଣ ଦିଗକୁ ସର୍ବୋତ୍ତମ ଦିଗ ବୋଲି ବିବେଚନା କରାଯାଏ ।  ଦକ୍ଷିଣ ବ୍ୟତୀତ, ଆପଣ ଏହି ଚିତ୍ରକୁ ଉତ୍ତର ଦିଗରେ ମଧ୍ୟ ରଖିପାରିବେ । ଚିତ୍ର ବ୍ୟତୀତ, ଆପଣ ଘର କିମ୍ବା ଅଫିସରେ  ଘୋଡାର  ପ୍ରତିମୂର୍ତ୍ତି ମଧ୍ୟ ରଖିପାରିବେ  । ଯଦି ଆପଣ  କୌଣସି ରୁଣ ବା ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି,  ତେବେ ଆପଣ ଘର କିମ୍ବା କାର୍ଯ୍ୟାଳୟର ଉତ୍ତର-ପଶ୍ଚିମ ଦିଗରେ ଏକ ଯୁଗଳ କୃତ୍ରିମ ଘୋଡାର ପ୍ରତିମୂର୍ତ୍ତି ରଖି ସୁଫଳ ପାଇପାରିବେ।

Advertisment

ଅଫିସ୍ ବ୍ୟତୀତ, ଆପଣ ନିଜ ଶୋଇବା ଘରେ ମଧ୍ୟ ଘୋଡାର ଫଟୋ ରଖିପାରିବେ । ଏହାକୁ ଶୋଇବା ଘରେ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ  ସୁଖଶାନ୍ତି ଭରିଯାଏ ଓ ପାରସ୍ପରିକ ବୁଝାମଣା  ଭଲ ହୁଏ ।  କିନ୍ତୁ କୌଣସି କାରଣରୁ ଯଦି ଆପଣ ଦକ୍ଷିଣ କିମ୍ବା ଉତ୍ତର ଦିଗରେ ଘୋଡ଼ାର ମୂର୍ତ୍ତି ରଖି ପାରୁ ନାହାନ୍ତି, ତେବେ ଏପରି ଦିଗରେ ତାହାକୁ ରଖିବେ, ଯେପରି ଘୋଡ଼ାର ମୁହଁ ଆଗରେ ଝରକା କିମ୍ବା କବାଟ ଥିବ । ଏହାଦ୍ୱାରା ଆପଣଙ୍କର ବହୁ ସମସ୍ୟାର ସମାଧାନ ଆଖି ପିଛୁଳାକେ ହୋଇଯିବ ।