୧୦ ଡିସେମ୍ବର, ଗୁରୁବାର: ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ମାନସମ୍ମାନର ଅଧିକାରୀ ହେବେ। ଗୁପ୍ତ ଶତ୍ରୁମାନେ ପରାଜୟ ସ୍ବୀକାର କରିବେ। ଛାତ୍ରଛାତ୍ରୀମାନେ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବୃଷ: ପରିବାରରେ ଅଶାନ୍ତି,ମନୋମାଳିନ୍ୟ ଦେଖା ଦେବ। ମହିଳାମାନେ ସନ୍ତାନମାନଙ୍କ ସ୍ଵ।ସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଅତୁଟ ରହିବ। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଓ ମନ […]

hhhhhhh-1

Tapaswini Nayak
  • Published: Thursday, 10 December 2020
  • , Updated: 10 December 2020, 07:44 AM IST

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ମାନସମ୍ମାନର ଅଧିକାରୀ ହେବେ। ଗୁପ୍ତ ଶତ୍ରୁମାନେ ପରାଜୟ ସ୍ବୀକାର କରିବେ। ଛାତ୍ରଛାତ୍ରୀମାନେ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।

ବୃଷ: ପରିବାରରେ ଅଶାନ୍ତି,ମନୋମାଳିନ୍ୟ ଦେଖା ଦେବ। ମହିଳାମାନେ ସନ୍ତାନମାନଙ୍କ ସ୍ଵ।ସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ।

ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଅତୁଟ ରହିବ। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଓ ମନ ପ୍ରଫୁଲ୍ଲ ରହିବ।

କର୍କଟ: ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରାରେ ସଫଳ ହେବେ।

ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ସିଂହ: ଶାରୀରିକ ଅସୁସ୍ଥତା, ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖା ଦେବ। ଗୁପ୍ତ ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ପରର ଉପକାର କରିବାକୁ ଯାଇ କ୍ଷତିରେ ପଡିବେ।

କନ୍ୟା: ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି। ପ୍ରତ୍ୟେକଟି କାର୍ଯ୍ୟ କରିବାକୁ ସମର୍ଥ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ।

ତୁଳା: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ବସ୍ତ୍ର, ଅଳଙ୍କାର ଜାତୀୟ ବ୍ୟବସାୟରେ ଉନ୍ନତି ଦେଖା ଦେବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ବିଛା: ନିଜ ମନ ପସନ୍ଦର କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିବେ।

ଧନୁ: ବକେୟା ଅର୍ଥ ହସ୍ତଗତ ହେବ, ଯାହା ଫଳରେ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଉପକୃତ ହେବେ। ବୃତ୍ତିଗତ ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।

ମକର: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ।ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇଯିବ।

କୁମ୍ଭ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ ତେଣୁ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ।ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ଅମନଯୋଗୀ ହେବେ।

ମୀନ: ବିଭିନ୍ନ ପ୍ରକାର ସମସ୍ୟା ସତ୍ତ୍ୱେ ସମାଧାନର ରାସ୍ତା ଦେଖା ଦେବ। ଅପେକ୍ଷାରତ କାର୍ଯ୍ୟଟିରେ ଶୁଭ ସୂଚନା ପାଇବେ। ପରିବହନ ଜାତୀୟ ବ୍ୟବସାୟରେ ଲାଭବାନ ହେବେ।

Related story