୧୨ ଡିସେମ୍ବର, ଶନିବାର; ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ

ମେଷ: ସ୍ଵ।ସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ। ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଅପେକ୍ଷା କରିଥିବା କାମର ଶୁଭ ସୂଚନା ମିଳିବ। ବୃଷ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନ କ୍ଷେତ୍ରରେ ବିଶେଷ ଲାଭବାନ ହେବେ। ଧାର୍ମିକ ସାହିତ୍ୟ ପଢ଼ିବା ରୁଚି ବୃଦ୍ଧି ହେବ। ମିଥୁନ: ସନ୍ତାନମାନଙ୍କ ଉନ୍ନତି ଦେଖି ଖୁସି ରହିବେ। ମନରୁ ଭୟ ଓ ଆଶଙ୍କା ଦୂରେଇ ଯିବ। ନିଜ ପରିଶ୍ରମର ସଫଳତା ପାଇବେ। କର୍କଟ: ଆନୁଷ୍ଠାନିକ […]

hhhhhhh-1

Tapaswini Nayak
  • Published: Saturday, 12 December 2020
  • , Updated: 12 December 2020, 08:11 AM IST

ମେଷ: ସ୍ଵ।ସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ। ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଅପେକ୍ଷା କରିଥିବା କାମର ଶୁଭ ସୂଚନା ମିଳିବ।

ବୃଷ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନ କ୍ଷେତ୍ରରେ ବିଶେଷ ଲାଭବାନ ହେବେ। ଧାର୍ମିକ ସାହିତ୍ୟ ପଢ଼ିବା ରୁଚି ବୃଦ୍ଧି ହେବ।

ମିଥୁନ: ସନ୍ତାନମାନଙ୍କ ଉନ୍ନତି ଦେଖି ଖୁସି ରହିବେ। ମନରୁ ଭୟ ଓ ଆଶଙ୍କା ଦୂରେଇ ଯିବ। ନିଜ ପରିଶ୍ରମର ସଫଳତା ପାଇବେ।

କର୍କଟ: ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ କରିବେ। ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ସିଂହ: ଶୁଭ ସୂଚନା ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ମିତ୍ରଙ୍କ ଦ୍ୱାରା ସହାୟତା ପାଇ ଆୟ ବୃଦ୍ଧି ହେବ।

କନ୍ୟା: ସାମାଜିକ ପତିଆରା ବୃଦ୍ଧି ପାଇବ। ଆୟ ଭଲ ରହିବ ଓ ଏଥିରେ କିଛି ବାଧା ଉପୁଜିବ ନାହିଁ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଉନ୍ନତି ହେବ।

ତୁଳା: ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ।

ବିଛା: କାରବାରରେ ସୁଧାର ଆସି ଟଙ୍କାର ଆବଶ୍ୟକତା ପୂରଣ ହେବ। ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରି ନେବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ।

ଧନୁ: ଉନ୍ନତିର ପ୍ରକ୍ରିୟା ଜାରି ରହିବ ଓ ଲକ୍ଷ୍ୟ ପୂରଣ ଦିଗରେ ଆଗେଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଭଲ ସମୟ ରହିଛି। ଜମି ଓ ଦାମୀ କାର୍ ଆଦି କ୍ରୟ କରିବାର ସୁଯୋଗ ରହିଛି।

ମକର: ସ୍ଵ।ସ୍ଥ୍ୟରେ ସୁଧାର ଆସିବା ସହ ସ୍ଥଗିତ ଥିବା କାର୍ଯ୍ୟ ବେଶ୍ ସହଜରେ ସଂପନ୍ନ ହେବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ।

କୁମ୍ଭ: ସହକର୍ମୀଙ୍କ ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ସହନଶୀଳତା ଯୋଗେ ଯଶ ମିଳିବ। ବାସସ୍ଥାନ ବା ଯାନବାହନର ନବୀକରଣ କରିପାରନ୍ତି।

ମୀନ: ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଫଳରେ ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ନିଜ ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ।

Related story