ମେଷ: ଦୂରସ୍ଥାନକୁ ଯାତ୍ରା କରିବେ। ପରିବାରରେ ଖୁସିର ବାତାବରଣ ଦେଖାଯିବ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ।
ବୃଷ: ସ୍ଵଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତ ହେବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ମିଥୁନ: କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ। ବ୍ୟବସାୟରେ ସୁଧାର ଆସିବାରୁ ମନ ଖୁସି ରହିବ। ନୂତନ କାର୍ଯ୍ୟରେ ହାତ ଦେଲେ ବିଫଳ ହୋଇପାରନ୍ତି।
କର୍କଟ: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଶତ୍ରୁମାନଙ୍କ ସହ ମୁକାବିଲା କରି ନୂଆ ନିଯୁକ୍ତିର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ସିଂହ: ସମାଜରେ ସମ୍ମାନ ବୃଦ୍ଧି ପାଇବ। ସହକର୍ମୀମାନଙ୍କ ସହ ଥିବା ଶତ୍ରୁତାର ଅବସାନ ଘଟିବ। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ।
କନ୍ୟା: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନିଜ ଚେଷ୍ଟାରେ କାର୍ଯ୍ୟ କରି ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବଜାୟ ରହିବ।
ତୁଳା: ମିଠା କଥା ଯୋଗୁ କେତେକ କ୍ଷେତ୍ରରେ ଉନ୍ନତି ହେବ। ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ।
ବିଛା: ଶୁଭ ସମାଚାର ମିଳିବା ସହ ନିଜଲୋକ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆନନ୍ଦିତ ହେବେ।
ମିଠା ଖାଇ ଘରୁ ବାହାରନ୍ତୁ।
ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ ଯାହାଫଳରେ ମନ ଖୁସି ରହିବ। ବିରୋଧୀମାନେ ଦୂରେଇଯିବା ଫଳରେ ଅଟକି ଯାଇଥିବା କାର୍ଯ୍ୟ ଚାଲୁ କରିପାରିବେ।
ମକର: କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ପାଇବା ସହ ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ। ବ୍ୟବସାୟରେ ବକେୟା ଅର୍ଥ କିଛି ଆଦାୟ ହେବ। ଶୁଭ କର୍ମର ଯୋଗ ଦେଇ ପାରନ୍ତି।
କୁମ୍ଭ: ଅର୍ଥ ସମ୍ପର୍କିତ କାର୍ଯ୍ୟରେ ସଫଳତା ମନକୁ ପ୍ରସନ୍ନ ରଖିବ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ।
ମୀନ: ସ୍ଵ।ସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଅର୍ଥ ସମ୍ପର୍କୀୟ କଥା ହେବା ପାଇଁ ସମୟ ପ୍ରାୟ ଅନୁକୂଳ ରହିବ। ଆକସ୍ମିକ ଅର୍ଥ ଲାଭ ହେବ।