ମେଷ:ପାରିବାରିକ ଅଶାନ୍ତି, ମନୋମାଳିନ୍ୟ, ମନକୁ ଭାରାକ୍ରାନ୍ତ କରାଇବ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି।
ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ମାନ ଦେଖାଦେବ।
ବୃଷ: ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ। ଅଟକି ରହିଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବ। ମହିଳା ମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ।
ମିଥୁନ: କର୍ମ କ୍ଷେତ୍ରରେ ଉଚ୍ଚକତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତୃମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିବେ
କର୍କଟ:ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ ହେବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ।
ସିଂହ: ଜଗିରଖି କାମ କରନ୍ତୁ ନଚେତ ବାଧାବିଘ୍ନର ସମ୍ମୁଖିନ ହେବେ। କର୍ମ କ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇ ପାରନ୍ତି।
ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।
କନ୍ୟା: ଶରୀର ସୁସ୍ଥ ରହିବ । ସନ୍ଦେହ ଓ ଭୁଲ ବୁଝାମଣା ଦୂରହୋଇ ବନ୍ଧୁତ୍ୱ ନିବିଡ ହେବ। ମହିଳା ମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବ। ଗାଧୋଇ ସାରି ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ।
ତୁଳା: ପରିବାରରେ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ରାସ୍ତାରେ ଯା’ଆସ ବେଳେ ସତର୍କ ରୁହନ୍ତୁ।
ବିଛା: ଅଫିସ୍ ବା କାର୍ଯ୍ୟସ୍ଥଳରେ କାମର ଚାପ ବଢ଼ିବ। ଦିନଟି ବ୍ୟସ୍ତତା ଭିତରେ କଟିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ। ହଳଦୀ ରଙ୍ଗର ଟୀକା ମଥାରେ ଲଗାନ୍ତୁ।
ମକର: ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ପାଇବେ। ସମାଜରେ ପତିଆରା ବୃଦ୍ଧି ପାଇବ।
କୁମ୍ଭ: ସ୍ଥଗିତ ରଖିଥିବା କାମକୁ ତ୍ୱରାନ୍ୱିତ କରିବେ। କେହି ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି। କିଛି ଶୁଭ ଖବର ପାଇପାରନ୍ତି।
ମୀନ: ବୃଥା ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଅପ୍ରିୟ ସତ୍ୟକଥା କହି ଅପମାନିତ ହୋଇପାରନ୍ତି। ପତ୍ନୀଙ୍କ ସହଯୋଗ ମିଳିବ।