୨୨ ନଭେମ୍ବର, ରବିବାର: ପରିବାରରେ ଖୁସିର ମାହୋଲ ଦେଖାଯିବ

ମେଷ: ଅର୍ଥ ସଂଗ୍ରହର ପ୍ରଚେଷ୍ଟା କଷ୍ଟକର ହେଲେ ମଧ୍ୟ ଫଳପ୍ରଦ ହେବ। ପାରିବାରିକ ଜୀବନରେ ସନ୍ଦେହର ବାଦଲ ଘୁରିବୁଲିବ। ଯାନବାହନ ଚାଳନାରେ ସତର୍କତା ଜରୁରୀ,ସବୁକିଛି ପାଇଲେ ବି ମନ ଉଦାସ ରହିବ। ମହିଳା ସଫେଇ କର୍ମୀଙ୍କୁ ଖାଦ୍ୟଦାନ କରନ୍ତୁ। ବୃଷ: ରାଜନୈତିକ ଓ କୁଟନୈତିକ ସଫଳତା ସମାଜରେ ପ୍ରତିଷ୍ଠା ପ୍ରଦାନ କରିବ। ସେବକ ମାନଙ୍କ ସହାୟତାରୁ ଉପକୃତ ହେବେ। ପଡୋଶୀ ମାନଙ୍କ ପାଇଁ କିଛି ସମସ୍ୟା ରହିଲେ ମଧ୍ୟ ବୟୋଜ୍ୟେଷ୍ଠମାନଙ୍କ ଆଶିର୍ବାଦ ରହିବ। ମିଥୁନ: ଧର୍ମକୁ ଆଖିଆଗରେ […]

hhhhhhh-1

Tapaswini Nayak
  • Published: Sunday, 22 November 2020
  • , Updated: 22 November 2020, 08:11 AM IST

ମେଷ: ଅର୍ଥ ସଂଗ୍ରହର ପ୍ରଚେଷ୍ଟା କଷ୍ଟକର ହେଲେ ମଧ୍ୟ ଫଳପ୍ରଦ ହେବ। ପାରିବାରିକ ଜୀବନରେ ସନ୍ଦେହର ବାଦଲ ଘୁରିବୁଲିବ।
ଯାନବାହନ ଚାଳନାରେ ସତର୍କତା ଜରୁରୀ,ସବୁକିଛି ପାଇଲେ ବି ମନ ଉଦାସ ରହିବ। ମହିଳା ସଫେଇ କର୍ମୀଙ୍କୁ ଖାଦ୍ୟଦାନ କରନ୍ତୁ।

ବୃଷ: ରାଜନୈତିକ ଓ କୁଟନୈତିକ ସଫଳତା ସମାଜରେ ପ୍ରତିଷ୍ଠା ପ୍ରଦାନ କରିବ। ସେବକ ମାନଙ୍କ ସହାୟତାରୁ ଉପକୃତ ହେବେ।
ପଡୋଶୀ ମାନଙ୍କ ପାଇଁ କିଛି ସମସ୍ୟା ରହିଲେ ମଧ୍ୟ ବୟୋଜ୍ୟେଷ୍ଠମାନଙ୍କ ଆଶିର୍ବାଦ ରହିବ।

ମିଥୁନ: ଧର୍ମକୁ ଆଖିଆଗରେ ରଖି ପ୍ରତିକ୍ଷେତ୍ରରେ ନିରବଦ୍ରଷ୍ଠା ସାଜିବାକୁ ପଡିବ। ଅଯଥା ଲୋକକୁ ସାହାଯ୍ୟକରି ଅନୁତାପ କରିବେ।
ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବେ ଯାହା ଆଶଙ୍କା ଓ ଅନିଶ୍ଚିତତା ସୃଷ୍ଟି କରିବ।

କର୍କଟ; ପ୍ରାପ୍ତିର ମାର୍ଗ ଠିକ ରହିଲେ ମଧ୍ୟ ସ୍ବାସ୍ଥ୍ୟ ସମ୍ପର୍କିତ ଆଶଙ୍କା ମନକୁ ଦୁର୍ବଳ କରିବ। ଖାଦ୍ୟପେୟରେ ଅନିୟମିତତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ ଦେଖାଦେଇ ପାରେ। ପ୍ରତି ଦିଗରେ ବିଶ୍ୱାସ ଓ ଭରଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବ।

ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ମିଳିବ। ଗୃହର ଛୋଟମୋଟ ସମସ୍ୟା ଦୂର ହେବ। ପରିବାରରେ ଖୁସିର ମାହୋଲ ଦେଖାଯିବ

କନ୍ୟା: କଠିନ ପରିଶ୍ରମର ଫଳ ମିଳିବ। ବହୁ ଲୋକ ଆପଣଙ୍କୁ ଈର୍ଷା କରିପାରନ୍ତି। ସୁରକ୍ଷାକର୍ମୀମାନଙ୍କ କାମ ବଢ଼ିବ।

ତୁଳା: ସନ୍ତାନମାନଙ୍କୁ ନେଇ ଚିନ୍ତା ବଢ଼ିପାରେ। ପେଟରେ ସମସ୍ୟା ଦେଖା ଦେଇପାରେ। କେହି ନ ପଚାରିଲେ ନିଜ ଆଡ଼ୁ ଉପଦେଶ ଦିଅନ୍ତୁ ନାହିଁ।

ବିଛା: ଅପମାନିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘନିଷ୍ଠ ବନ୍ଧୁଙ୍କ ସହ ମନାନ୍ତର ହେବ।

ଧନୁ: ଗଣମାଧ୍ୟମ ବ୍ୟକ୍ତିମାନେ ପ୍ରଶଂସିତ ହେବେ। ନିଜର ସାହସିକତା ଯୋଗୁଁ ସମସ୍ୟାର ସମାଧାନ କରିବେ। ଧର୍ମ କାର୍ଯ୍ୟ ପାଇଁ ମନ ବଳିବ।

ମକର: ଧନକ୍ଷୟ ହୋଇପାରେ। ଅନ୍ୟକୁ ଦେଇଥିବା କଥା ରଖି ନ ପାରନ୍ତି। ଖାଦ୍ୟ ଓ ପାନୀୟ ପ୍ରତି ସତର୍କ ରୁହନ୍ତୁ।

କୁମ୍ଭ: ଆତ୍ମ ନିର୍ଭରଶୀଳ ହେବେ। ଧର୍ମପତ୍ନୀଙ୍କ ସହ ବହୁ ସମୟ ଅତିବାହିତ କରିବେ। ନୂଆ ଯୋଜନା ସବୁ ମନକୁ ଆସିପାରେ।

ମୀନ: ଅଯଥା ଖର୍ଚ୍ଚ ବଢ଼ିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେବ। ଏକାନ୍ତରେ ରହିବାକୁ ଇଚ୍ଛା ପ୍ରକାଶ କରିବେ।

Related story