ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଏପରିକି ପୁରସ୍କୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରେରଣା ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ।
ବୃଷ: ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ଝଞ୍ଜା ଦେଖାଦେଇପାରେ।
ମିଥୁନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଫଳରେ ହସଖୁସିର ଆସର ରହିବ। ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦୁର୍ଘଟଣା ଘଟିପାରେ।
କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ। ପରିବାରରେ ଭାତୃ ସମ୍ପର୍କ ବୃଦ୍ଧି ପାଇବ ଓ ସୁଖଶାନ୍ତି ଦେଖାଦେବ।
ସିଂହ: ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ। କାହାକୁ ଉଧାର ଦେଇଥିବା ଟଙ୍କା ମିଳିଯିବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କନ୍ୟା: ଭାଗୀଦାରୀଙ୍କ ସହିତ ମତଭେଦର ନିରାକରଣ ହେବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଦୁର୍ବଳ ବା ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରନ୍ତୁ।
ତୁଳା: ସନ୍ତାନଙ୍କର କୌଣସି ମହତ୍ୱପୂର୍ଣ୍ଣ କାମ ହୋଇପାରେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ।
ବିଛା: ସମାଜସେବା କରି ସୁନାମ ଅର୍ଜନ କରିବେ। ପରୋପକାର କାମରେ ବ୍ୟସ୍ତ ରହିବେ। ଅଚାନକ ଧନ ଲାଭ ହେବ।
ଧନୁ: ସରକାରୀ କାମରେ ପରିଶ୍ରମର ପରିଣାମ ମିଳିବ। ମାନସିକ ଚିନ୍ତା ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ।
ମକର: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହିତ ସଂପର୍କ ସ୍ଥାପନ ହେବ।
କୁମ୍ଭ: ସାମାଜିକ ପତିଆରା ଅମଳିନ ରହିବ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା ହେବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ।
ମୀନ: ଶାରୀରିକ କଷ୍ଟ ଦୂର ହେବ। ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ। ସାମ୍ବାଦିକମାନେ ଜନ ସମର୍ଥନ ପାଇ ସଫଳ ହେବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।