୮ ନଭେମ୍ବର, ରବିବାର: ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଏପରିକି ପୁରସ୍କୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରେରଣା ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ। ବୃଷ: ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ଝଞ୍ଜା ଦେଖାଦେଇପାରେ। ମିଥୁନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଫଳରେ ହସଖୁସିର ଆସର ରହିବ। ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। […]

hhhhhhhhhhhhhh

Tapaswini Nayak
  • Published: Sunday, 08 November 2020
  • , Updated: 08 November 2020, 08:03 AM IST

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଏପରିକି ପୁରସ୍କୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରେରଣା ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ।

ବୃଷ: ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ଝଞ୍ଜା ଦେଖାଦେଇପାରେ।

ମିଥୁନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଫଳରେ ହସଖୁସିର ଆସର ରହିବ। ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦୁର୍ଘଟଣା ଘଟିପାରେ। 

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ।  ପରିବାରରେ ଭାତୃ ସମ୍ପର୍କ ବୃଦ୍ଧି ପାଇବ ଓ ସୁଖଶାନ୍ତି ଦେଖାଦେବ।

ସିଂହ: ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ। କାହାକୁ  ଉଧାର ଦେଇଥିବା ଟଙ୍କା ମିଳିଯିବ। ନୂଆ ଜ୍ଞାନର ବୃଦ୍ଧି  ହେତୁ ପ୍ରଚୁର ଧନ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ଭାଗୀଦାରୀଙ୍କ ସହିତ ମତଭେଦର ନିରାକରଣ ହେବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଦୁର୍ବଳ ବା ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ତୁଳା: ସନ୍ତାନଙ୍କର କୌଣସି ମହତ୍ୱପୂର୍ଣ୍ଣ କାମ  ହୋଇପାରେ। ଅସହାୟ ଲୋକଙ୍କୁ  ସାହାଯ୍ୟ କରିବାକୁ ମନ ବଳାଇବେ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ।

ବିଛା: ସମାଜସେବା କରି ସୁନାମ ଅର୍ଜନ କରିବେ। ପରୋପକାର କାମରେ ବ୍ୟସ୍ତ ରହିବେ। ଅଚାନକ ଧନ ଲାଭ ହେବ।

ଧନୁ: ସରକାରୀ କାମରେ ପରିଶ୍ରମର ପରିଣାମ ମିଳିବ। ମାନସିକ ଚିନ୍ତା ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ।

ମକର: ସନ୍ତାନଙ୍କର  ଉନ୍ନତିରେ ଖୁସି ହେବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହିତ ସଂପର୍କ ସ୍ଥାପନ ହେବ।

କୁମ୍ଭ: ସାମାଜିକ ପତିଆରା ଅମଳିନ ରହିବ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା ହେବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ।

ମୀନ: ଶାରୀରିକ କଷ୍ଟ ଦୂର ହେବ। ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ। ସାମ୍ବାଦିକମାନେ ଜନ ସମର୍ଥନ ପାଇ ସଫଳ ହେବେ।

Related story